Latest Odisha News

ଭଲ ଖବର: କରୋନାର ଭିନ୍ନ ଭିନ୍ନ ଷ୍ଟ୍ରେନ୍ ଉପରେ ସଫଳ ହେଉଛି କୋଭାକ୍ସିନ୍ ଟିକା

ନୂଆଦିଲ୍ଲୀ: କରୋନାରେ ସେକେଣ୍ଡ ଓ୍ୱେଭକୁ ନେଇ ଏବେ ଦେଶରେ ହାହାକାର ପରିସ୍ଥିତି । ସଂକ୍ରମଣ ୩ଲକ୍ଷ ମୁହାଁ ହୋଇଛି । ତାସହ ମୃତ୍ୟୁସଂଖ୍ୟା ବି ଉପରମୁହାଁ ହୋଇଛି । ଏଭଳି ସ୍ଥିତିରେ ଆଶ୍ୱସ୍ତିକର ଖବର ଦେଇଛି ଆଇସିଏମଆର୍ । ଟିକାକରଣ ଅଭିଯାନ ଭିତରେ ସ୍ୱଦେଶୀ ଟିକା କୋଭାକ୍ସିନ୍ ସଫଳତା ଉପରେ ଭଲ ଖବର ଦେଇଛି । ଆଇସିଏମଆର ସର୍ଭେ ଅନୁସାରେ, କରୋନାର ଭିନ୍ନ ଭିନ୍ନ ଷ୍ଟ୍ରେନ୍ ବିରୋଧରେ ଭଲ କାମ ଦେଉଛି କୋଭାକ୍ସିନ୍ । ଭାରତ ବାୟୋଟେକର ଏହି ଟିକା ବ୍ରିଟେନ୍, ବ୍ରାଜିଲ୍ ଆଫ୍ରିକାନ୍ ଭାରିଏଣ୍ଟକୁ ମାତ୍ ଦେବାରେ ସକ୍ଷମ ହେଉଛି । ଏହାସହ ଡବଲ୍ ମ୍ୟୁଟାଣ୍ଟ ଷ୍ଟ୍ରେନ୍ ବିପଦକୁ ଟାଳିବାର ସକ୍ଷମ ହେଉଥିବା ଜଣା ପଡ଼ିଛି ।

ଦେଶରେ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିଲା ଟିକାକରଣ । ବର୍ତ୍ତମାନ ଦୁଇଟି ଟିକା ସେରମ୍ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନ୍ ଦିଆଯାଉଛି । ଭାରତରେ ବର୍ତ୍ତମାନ ସୁଦ୍ଧା ୧୩ କୋଟି ଡୋଜ୍ ଟିକାକରଣ ହୋଇଛି । ମାତ୍ର ୯୫ ଦିନରେ ଏତ୍ ସଂଖ୍ୟକ ଟିକା ଦିଆଯାଇଛି ।

Leave A Reply

Your email address will not be published.