Latest Odisha News

BREAKING NEWS

କନ୍ଧମାଳ ଜିଲ୍ଲାରେ ୨ ଜଣଙ୍କୁ ହତ୍ୟା କଲେ ମାଓବାଦୀ, ପୋଲିସ ଇନଫର୍ମର ସନ୍ଦେହ

ଫୁଲବାଣୀ: ଲାଲବାହିନୀର ବର୍ବରତା । ଘରୁ ଡାକି ଆଣି ଦୁଇ ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ଭଣ୍ଡରଙ୍ଗି ପଞ୍ଚାୟତରେ ଗତକାଲି ବିଳମ୍ବିତ ରାତିରେ ଏହି କାଣ୍ଡ ଘଟାଇଛନ୍ତି ମାଓବାଦୀ । ଘଟଣାସ୍ଥଳରେ ମାଓବାଦୀ ପୋଷ୍ଟର ଛାଡ଼ି ଯାଇଛନ୍ତି ।

ମୃତକଙ୍କ ମଧ୍ୟରୁ ଜଣେ ଭଣ୍ଡରଙ୍ଗି ସରପଞ୍ଚଙ୍କ ପୁଅ ଥିବା ସୂଚନା ମିଳିଛି । ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ଘରୁ ଡାକି ଆଣିଥିଲେ ମାଓବାଦୀ । ପରେ ଘରଠାରୁ କିଛି ଦୂରରେ ଦୁହିଁଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ । ଘଟଣାସ୍ଥଳରେ ବେଲଘର ଥାନା ପୋଲିସ ପହଞ୍ଚି ଖୋଳତାଡ ଚଳାଇଛି ।

Leave A Reply

Your email address will not be published.