Latest Odisha News

BREAKING NEWS

ସୀମାନ୍ତରେ ଲାଲ ଆତଙ୍କ: ବିସ୍ଫୋରଣ ରେଲୱେ ଟ୍ରାକ ଉଡ଼ାଇ ଦେଲେ ନକ୍ସଲ

ରାଉରକେଲା:ସୀମାନ୍ତରେ ଲାଲ ଆତଙ୍କ । ପୁଣି ଆତଙ୍କ ଖେଳାଇଛନ୍ତି ନକ୍ସଲ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମାରେ ୩୦ ନମ୍ବର ରାଜପଥର କଣ୍ଟା-ଦୋର୍ଣ୍ଣାପଲ୍ଲରେ ଏକ ଯାତ୍ରୀବାହୀ ବସ୍, ଟ୍ରେଲର ଓ କାରରେ ନିଆଁ ଲଗାଇ ଦେଇଥିବାବେଳେ ବିଳମ୍ବିତ ରାତିରେ ବିସ୍ଫୋରଣରେ ଉଠାଇ ଦେଇଛନ୍ତି ରେଳ ଧାରଣା । ଝାଡଖଣ୍ଡ ମନୋହରପୁର ଷ୍ଟେସନ ନିକଟ ବିରୁୱାଠାରେ ରେଳ ଧାରଣା ଉଡ଼ାଇ ଦେଇଛନ୍ତି ନକ୍ସଲ ।ଗତକାଲି ବିଳମ୍ବିତ ରାତିରେ ଘଟିଛି ଏପରି ଘଟଣା । ଫଳରେ ରାଉରକେଲାରେ ଅଟକି ରହିଛି ଏକାଧିକ ଟ୍ରେନ ।

ଗତକାଲି ବିଳମ୍ବିତ ରାତିରେ ରେଳ ଧାରଣା ଉଡାଇବା ପରେ ଆଜି  ମାଓବାଦୀମାନେ ବନ୍ଦ ଡାକରା ଦେଇଛନ୍ତି । ଘଟଣାସ୍ଥଳରେ ନକ୍ସଲ ପୋଷ୍ଟର ଓ ବ୍ୟାନର ମରାଯାଇଛି । ଏହି ଘଟଣା ପରେ ସିଆରପିଏଫ୍ ଯବାନ, ପୁଲିସ ଓ ବମ୍ ସ୍କ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି । ରେଳ ଧାରଣା ଉଡି ଯାଇଥିବାରୁ ୨୦ରୁ ଅଧିକ ଟ୍ରେନ ଅଟକି ରହିଛି । ଟ୍ରାକ ମରାମତି ପରେ ରେଳ ଚଳାଚଳ ସ୍ୱାଭାବିକ ହେବ । ଟ୍ରେନ ଅଟକି ରହିବା ଯୋଗୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି ।

Comments are closed.