Latest Odisha News

ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେଲେ ୩ ମାଓବାଦୀ

ମାଲକାନଗିରି: ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଲେ ୩ ମାଓବାଦୀ। ମାଲକାନଗିରି ଏସପିଙ୍କ ପାଖରେ ଆତ୍ମସମର୍ପଣ କଲେ ୩ ମାଓବାଦୀ । ଆତ୍ମସମର୍ପଣ କରିଥିବା ୩ ମାଓବାଦୀ ଛତିଶଗଡ଼ ଦକ୍ଷିଣ ବସ୍ତର ମାଓ ସଂଗଠନର ମିଲିସିଆ ମେମ୍ବର ହୋଇଥିବା ହୋଇଥିବା ସୂଚନା ମିଳିଛି। ଦୀର୍ଘ ୪ ବର୍ଷ ହେଲା ସେମାନେ ମାଓ ସଂଗଠନ ପାଇଁ କାର୍ଯ୍ୟ କରି ଆସୁଥିଲେ ।

ସୂଚନା ଅନୁସାରେ, ଛତିଶଗଡ଼ରେ ଏବେ ସୁରକ୍ଷା କର୍ମୀ ଦ୍ଵାରା ଜୋରଦାର ଅପରେସନ ଚାଲିଥିବା ବେଳେ ସେଠାରେ କ୍ୟାମ୍ପ ଲଗାଇ ରହିଛନ୍ତି ସୁରକ୍ଷାକର୍ମୀ। ଏଥିରେ ଭୟଭୀତ ହୋଇ ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି।ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଲେ ଦେବ ମଡଭି, ଆଡମ୍‌ ମାଡ଼କାମୀ ଓ ମୁକା ସୋଡି। ଏହି ୩ ନକ୍ସଲଙ୍କ ଘର ଛତିଶଗଡ଼ ସୁକମ ଅଞ୍ଚଳର। ଆତ୍ମସର୍ମପଣ ପରେ ଏମାନଙ୍କୁ ଓଡ଼ିଶା ସରକାରଙ୍କ ନିୟମ ଅନୁଯାୟୀ ଥଇଥାନ କରାଯିବ ବୋଲି ସୂଚନା ଦେଇଛନ୍ତି ମାଲକାନଗିରି ଏସପି।

Comments are closed.