Latest Odisha News

BREAKING NEWS

କେତେଦିନ ଚାଲିବ ଲାଲ୍ ସେନାର ଆତଙ୍କରାଜ ?

ମାଲକାନଗିରି: ରକ୍ତମୁଖା ଲାଲ୍ ସେନାର ଭିତ୍ତିହୀନ ଆନ୍ଦୋଳନ । ପ୍ରତିଦିନ ସରକାରୀ ସମ୍ପତ୍ତି ଧ୍ୱଂସ କରି ନିଜ ଲକ୍ଷ୍ୟହୀନ ଆନ୍ଦୋଳନର ଦ୍ୱାହି ଦେଉଛି । ପୁଣିଥରେ ଛତିଶଗଡ ବିଜାପୁର ଜିଲ୍ଲାରେ ମାଓବାଦୀ ହିଂସାକାଣ୍ଡ ଘଟାଇଛନ୍ତି ।

ସୂଚନା ଅନୁଯାୟୀ ଉନ୍ନୟନ ମୂଳକ କାମକୁ ବିରୋଧ କରି ବିଜାପୁର ଏଟାପଲ୍ଲି ଅଂଚଳରେ ଠିକା କମ୍ପାନୀର ବାଲି ବୋଝେଇ ଗାଡିକୁ ନିଆଁ ଲଗାଇ ପୋଡିଦଲେ ଲାଲ ସେନା । ଖବର ପାଇ ଘଟଣାସ୍ଥଳକୁ ଗସ୍ତ କରିଛି ଜିଆରଜି ବାହିନୀ । ତେବେ ମାଓବାଦୀଙ୍କ ହିଂସାକାଣ୍ଡରେ କେହି ମୃତାହତ ହୋଇନଥିବା ଜଣାପଡିଛି ।

Leave A Reply

Your email address will not be published.