Latest Odisha News

ପ୍ରସିଦ୍ଧ କବିଙ୍କ ଘରୁ ଚୋରୀ କରିଥିବା ଜାଣିବା ପରେ ସାମଗ୍ରୀ ଫେରାଇଲା ଚୋର

ମୁମ୍ବାଇ: ଏଠାରେ ଏକ ମଜାଦର ଖବର ସମ୍ମୁଖକୁ ଆସିଛି । ରାୟଗଡ ଜିଲ୍ଲାର ନେରଳରେ ପ୍ରସିଦ୍ଧ ଲେଖକ ତଥା କବି ନାରାୟଣ ସୁର୍ବେଙ୍କ ଘରୁ ଏଲଇଡି ଟିଭି ସମେତ କେତେକ ଦାମୀ ସାମଗ୍ରୀ ଚୋରୀ ହୋଇ ଯାଇଥିଲା । ନାରାୟଣ ଜଣେ ପ୍ରତିଷ୍ଠିତ ମରାଠୀ କବି ତଥା ସମାଜସେବୀ ଥିଲେ । ତାଙ୍କର ପରଲୋକ ହେବା ପରେ ଝିଅ ସୁଜାତା ଓ ତାଙ୍କ ପତି ଗଣେଶ ଧାରେ ନାରାୟଣଙ୍କ ଘରେ ଆସି ରହୁଥିଲେ । ସେମାନେ ତାଙ୍କ ପୁଅ ଘରକୁ ଯିବା ବେଳେ ଏହି ଚୋରୀ ହୋଇଥିଲା । ଯେତେବେଳେ ଚୋର ଜାଣିପାରିଲା ଯେ, ଏହା ଏକ ପ୍ରତିଷ୍ଠିତ କବିଙ୍କ ସାମଗ୍ରୀ । ତାର ମନ ବଦଳି ଯାଇଥିଲା । ସେ ଯାହା ଯାହା ଚୋରୀ କରିଥିଲା ସବୁ ଫେରସ୍ତ କରି ଦେଇଥିଲା । ସେ କାନ୍ଥରେ ଏକ ପତ୍ର ଲେଖି କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି ।

ସୁର୍ବେ ତାଙ୍କ ପିଲାବେଳେ ଏକ ଅନାଥ ଭାବେ ମୁମ୍ବାଇର ଗଳିରେ ଜୀବନ କାଟିଥିଲେ । ଏହା ପରେ ଭିନ୍ନ ଭିନ୍ନ ଛୋଟମୋଟ କାମ କରି ସେ ଜୀବିକା ବିତାଉଥିଲେ । ପରେ ତାଙ୍କର କବିତା ପାଠକଙ୍କୁ ବେଶ ପସନ୍ଦ ଆସିଥିଲା । ସେ ଉସ୍ମାନ ଅଲୀ, ମେରେ ଶବ୍ଦ, ଲେନିନ, ଏକ ନୟା ଧମାସାନ ମେଁ, ମାଫ କିଜିଏ ଓ ରାଇଟର୍ସ ପାର୍କ ପରି ଅନେକ କବିତା ଲେଖିଥିଲେ । ୧୬ ଅଗଷ୍ଟ ୨୦୧୦ରେ ତାଙ୍କର ୮୪ ବର୍ଷ ବୟସରେ ଦେହାନ୍ତ ହୋଇଥିଲା ।

Comments are closed.