Latest Odisha News

ଗିନିରେ ମାତିଛି ମାରବର୍ଗ ଭୂତାଣୁ, ୯ ମୃତ୍ୟୁ

ନୂଆଦିଲ୍ଲୀ: ଆଫ୍ରିକାର ଇକ୍ୱେଟୋରିଆଲ ଗିନିରେ ଇବୋଲା ଭଳି ମାରାତ୍ମକ ଭାଇରସ ବ୍ୟାପିବାରେ ଲାଗିଛି । ମାରବର୍ଗ ନାମକ ଏହି ଭୂତାଣୁ ଏ ପର୍ଯ୍ୟନ୍ତ ୯ଜଣଙ୍କ ଜୀବନ ନେଇ ସାରିଲାଣି । ଏହା ଦ୍ରୁତ ବେଗରେ ବ୍ୟାପୁଥିବାରୁ ବର୍ତମାନ ସମ୍ପୃକ୍ତ ଅଂଚଳରେ ଲକଡାଉନ ଲଗାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏ ନେଇ ଚିନ୍ତା ବ୍ୟକ୍ତ କରିବା ସହ ସତର୍କ ରହିବା ପାଇଁ ପରାମର୍ଶ ଦେଇଛି । ହୁ ଏ ସମ୍ପର୍କରେ ଏକ ଜରୁରୀ ବୈଠକ ଡକାଇଛି । ଜ୍ୱର ହେବା, ହାଲିଆ ଲାଗିବା, ଝାଡା ଏବଂ ରକ୍ତବାନ୍ତି ହେବା ଏହାର ଲକ୍ଷଣ ବୋଲି ହୂ ପକ୍ଷରୁ କୁହାଯାଇଛି । ଏଥିରେ ଗୁରୁତର ଭାବେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ଆଶଙ୍କା ୮୦ ପ୍ରତିଶତ ରହିଛି । ଏହା ଜଣଙ୍କଠାରୁ ଅନ୍ୟମାନଙ୍କୁ ସଂକ୍ରମିତ କରିଥାଏ । ଏହି ଭୂତାଣୁ ମଣିଷ ଦେହକୁ ବାଦୁଡି ଦ୍ୱାରା ସଂକ୍ରମିତ ହୋଇଥାଏ ।

ସ୍ୱାସ୍ଥ୍ୟ ବିଶେଷଜ୍ଞ ସମ୍ପୃକ୍ତ ଅଂଚଳରେ ଯୁଦ୍ଧକାଳୀନ ଭିତିରେ ଏହାକୁ ରୋକିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଆମେରିକୀୟ ସେଂଟର ଫର ଡିଜିଜ କଂଟ୍ରୋଲ ଆଣ୍ଡ ପ୍ରିଭେନସନ ଅନୁସାରେ ମାରବର୍ଗ ଭୂତାଣୁ ସଂକ୍ରମିତ ହେବାର ଲକ୍ଷଣ ୨ରୁ ୨୧ ଦିନ ମଧ୍ୟରେ ଅଚାନକ ଆରମ୍ଭ ହୋଇଥାଏ ।

Comments are closed.