Latest Odisha News

BREAKING NEWS

ହାଇଜମ୍ପରେ ଥାଙ୍ଗଭେଲୁ ରୌପ୍ୟ, ଶରଦ ବ୍ରୋଞ୍ଜ ଜିତିଲେ

ଟୋକିଓ: ଚଳିତ ଟୋକିଓ ପାରାଅଲିମ୍ପିକ୍ସରେ ଭାରତୀୟ ଆଥଲେଟମାନେ ଶ୍ରେଷ୍ଠ ପ୍ରଦର୍ଶନ ଜାରୀ ରଖିଛନ୍ତି । ମଙ୍ଗଳବାର ସିଂହରାଜ ପୁରୁଷ ୧୦ମିଟର ଏୟାର ପିସ୍ତଲ ଇଭେଂଟରେ ବ୍ରୋଞ୍ଜ ପଦକ ଜିତି ଅଭିଯାନ ଆରମ୍ଭ କରିଥିଲେ । ଏହା ପରେ ହାଇଜମ୍ପର ଟି୬୩ ବିଭାଗରେ ମାରିୟପ୍ପନ ଥାଙ୍ଗାଭେଲୁ ଓ ଶରଦ କୁମାର ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଥିଲେ । ଏହି ବିଭାଗରେ ଆମେରିକାର ଏସ.ଗ୍ରେୱେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏଥିସହ ଭାରତର ପଦକ ସଂଖ୍ୟା ୧୦ରେ ପଂହଚିଛି ।

ଥାଙ୍ଗାଭେଲୁ ୧.୮୬ ମିଟର ଜମ୍ପ କରିବା ସହ ଏହି ସିଜନରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଶରଦ ୧.୮୩ ମିଟର ଉଚ୍ଚତାକୁ ଡେଇଁଥିଲେ । ତେବେ ୨୦୧୬ ରିଓ ବ୍ରୋଞ୍ଜ ପଦକ ବିଜେତା ବରୁଣ ଭାଟି ୧.୮୦ ମିଟର ବାଧା ଅତିକ୍ରମ କରିପାରି ନ ଥିଲେ ।

Leave A Reply

Your email address will not be published.