Latest Odisha News

ଖବରକାଗଜ ଫଟୋରୁ ପ୍ରେମ, ପରେ ବିବାହ

ନ୍ୟୁଜର୍ସି: କୁହାଯାଏ ପ୍ରେମ କେତେବେଳେ,କାହାସହ,କେଉଁଠି ହେବ କେହି କହିପାରିବେ ନାହିଁ । ପ୍ରେମ ବୟସ, ଜାତି, ଧର୍ମ ଦେଖି ନ ଥାଏ । ନିକଟରେ ଏପରି ଏକ ପ୍ରେମର ନିଦର୍ଶନ ଦେଖିବାକୁ ମିଳିଛି । ଜଣେ ଯୁବତୀ ଖବରକାଗଜରୁ ଯୁବକଙ୍କ ଫଟୋ ଦେଖି ପ୍ରେମରେ ପଡ଼ିଯାଇଛନ୍ତି । ଶେଷରେ ତାଙ୍କୁ ବିବାହ କରିଛନ୍ତି । ନିକଟରେ ଯୁବତୀ ଜଣକ ତାଙ୍କ କାହାଣୀ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

୪୨ ବର୍ଷୀୟା ଏଭିଗେଲ ଆଦମ୍ ନ୍ୟୁଜର୍ସିର ବାସିନ୍ଦା । ସେ ଜଣେ ଜୁଏଲେରି ଡିଜାଇନର । ସେ କହିଛନ୍ତି, ତାଙ୍କର ବ୍ରେକ୍‌ଅପ୍ ପରେ ସେ ବହୁତ ଭାଙ୍ଗି ପଡ଼ିଥିଲେ । ଦିନେ ସେ ଘର ବାହାରେ ଚା’ ପିଉଥିବାବେଳେ ତାଙ୍କ ନଜର ଖବରକାଗଜ ଉପରେ ପଡ଼ିଲା । ଖବରକାଗଜ ପଢ଼ିବା ବେଳକୁ ସେଥିରେ ଟମ୍ ସଜାକି ନାମକ ଜଣେ ଯୁବକଙ୍କ ବିଷୟରେ ଲେଖାଥିଲା । ସେ ତାଙ୍କର ଏକ ରିସାଇକିଲିଂ କମ୍ପାନୀ ଆରମ୍ଭ କରିଥିଲେ । ଟମ୍‌ଙ୍କ ଫଟୋକୁ ଦେଖି ଏଭିଗେଲ ଭଲ ପାଇ ବସିିଲେ ।

ପରେ ସେ ଟମ୍‌ଙ୍କୁ ଖୋଜିବା ଆରମ୍ଭ କଲେ । ସେ ତାଙ୍କୁ ସୋସିଆଲ ମିଡିଆରେ ବହୁ ଖୋଜବା ପରେ ଫେସବୁକ୍‌ରେ ପାଇଗଲେ । ଏଭିଗଲ ତାଙ୍କ ସହ କଥା ହେବାକୁ ଚେଷ୍ଟା କଲେ । ପରେ ଦୁହିଙ୍କ କଥାବର୍ତ୍ତା ଆରମ୍ଭ ହେଲା । ଟମ୍ ବି ଏଭିଗେଲଙ୍କୁ ଭଲ ପାଇ ବସିଲେ । ଉଭୟ ମିଶି ଆମେରିକାର ବହୁ ସ୍ଥାନ ବୁଲିଲେ । ଏହାର ୨ ବର୍ଷ ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଲେ ଓ ବିବାହ ବି କଲେ । ସେମାନଙ୍କର ୪ଟି ସନ୍ତାନ ରହିଛନ୍ତି । ଏବେ ବହୁତ ଖୁସିରେ ଅଛନ୍ତି ।

Comments are closed.