Latest Odisha News

BREAKING NEWS

କଡ଼ା ହେଲା କଟକଣା: ଗଞ୍ଜାମ ଜିଲ୍ଲାରେ ବାହାଘରରେ ୧୦୦ ଲୋକଙ୍କୁ ଅନୁମତି

ବ୍ରହ୍ମପୁର: ରାଜ୍ୟରେ ଏବେ ସଂକ୍ରମଣ ବଢୁଛି । ଏହାକୁ ଦୃଷ୍ଟିରେ ରଖି କଟକଣା ବି କଡ଼ାକଡ଼ି ହେଲାଣି । ଗଞ୍ଜାମ ଜିଲ୍ଲାରେ ଏଣିକି ବାହାଘରରେ ସର୍ବାଧିକ ଶହେ ଲୋକ ସାମିଲ ହେବେ । କୋଭ୍ଡି ନେଇ ନୂଆ ମାର୍ଗଦର୍ଶିକା ଜାରି କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ନୂଆ ଗାଇଡଲାଇନ୍ ଅନୁସାରେ, ବିବାହ କାର୍ୟ୍ୟକ୍ରମରେ ପ୍ୟାକେଟ୍ ଖାଦ୍ୟ ଯୋଗାଇ ଦିଆଯିବ । ନିୟମର ଉଲ୍ଲଂଘନ କଲେ କଠୋର କାର୍ୟ୍ୟାନୁଷ୍ଠାନ ହେବ ବୋଲି ପ୍ରଶାସନ କହିଛି ।

ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମ ଓ କଟକ ମହାନଗର ନିଗମ ପକ୍ଷରୁ ବିବାହ ଉତ୍ସବରେ ସର୍ବାଧିକ ଶହେ ଓ ଶୁଦ୍ଧିକ୍ରିୟାରେ ୫୦ ଲୋକଙ୍କୁ ଅନୁମତି ଦିଆଯିବା ନେଇ ଜାରି ହୋଇଥିଲା ଗାଇଡଲାଇନ୍ । ଏବେ ଗଞ୍ଜାମ ଜିଲ୍ଲା ପ୍ରଶାସନ କଟକଣାକୁ କଡ଼ାକଡ଼ି କରିଛି ।

Leave A Reply

Your email address will not be published.