Latest Odisha News

BREAKING NEWS

ଜୋତା କିଣିଦେବାକୁ କହି ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ଫୁଲବାଣୀ: କନ୍ଧମାଳ ଦାରିଙ୍ଗିବାଡି ଅଞ୍ଚଳର ଏକ ଗାଁରେ ଜଣେ ବ୍ୟକ୍ତି ୮ମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଅଭିଯୁକ୍ତ ୧୪ ବର୍ଷୀୟ ନାବାଳିକାଙ୍କୁ ଜୋତା କିଣିବା ବାହାନାରେ ପ୍ରଲୋଭିତ କରି ଦୁଷ୍କର୍ମ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଝିଅର ବାପା ଓ ମା ରାଜ୍ୟ ବାହାରେ ପ୍ରବାସୀ ଶ୍ରମିକ ଭାବରେ କାମ କରୁଥିବା ବେଳେ ସେ ଘରେ  ଚାରି ସାନ ଭାଇଭଉଣୀଙ୍କ ସହିତ ରହୁଥିଲା।

ତେବେ ଘଟଣା ଦିନ ଉକ୍ତ ବିବାହିତ ଅଭିଯୁକ୍ତ ଜଣକ ଝିଅଟିକୁ କହିଥିଲେ ଯେ ତାଙ୍କ ବାପାମା ଝିଅ ପାଇଁ ନୂଆ ଜୋତା କିଣିବା ପାଇଁ ତାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି। ଆଉ ସେହି କଥାକୁ ବିଶ୍ବାସ କରି ନାବାଳିକା ଜଣକ ଶୁକ୍ରବାର ଅପରାହ୍ନରେ ତାଙ୍କ ସହିତ ଯାଇଥିଲେ। ଯାହାପରେ ଯୁବକ ଜଣକ ତାଙ୍କୁ ଏକ ନିର୍ଜନ ସ୍ଥାନକୁ ନେଇ ଯୌନ ନିର୍ଯାତନା ଦେଇଥିଲେ। ଏପରିକି ସେ ଘଟଣା ସମ୍ପର୍କରେ କାହାକୁ ନ କହିବାକୁ ମଧ୍ୟ ଧମକ ଦେଇଥିଲା।

ପରେ କିନ୍ତୁ ଝିଅଟି ତାଙ୍କ ମାଉସୀଙ୍କୁ ଏହି ଘଟଣା ବିଷୟରେ କହିଥିଲେ। ତାଙ୍କ କାକା, ଜଣେ ଆଶା କର୍ମୀ ଏବଂ ଗାଁର ସରପଞ୍ଚ ଦାରିଙ୍ଗିବାଡି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣାଟି ସାମ୍ନାକୁ ଆସିଛି।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରାଯାଇଛି। ଅପରପକ୍ଷରେ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରହିଛି।

 

Comments are closed.