ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ବିସ୍ଫୋରକ ବ୍ୟାଟ୍ସମ୍ୟାନ ମାର୍ଟିନ ଗୁପଟିଲ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୨୦୨୨ ପରଠାରୁ ସେ ଆଉ କୌଣସି ଆନ୍ତର୍ଜାତୀୟ ମ୍ୟାଚ ଖେଳି ନ ଥିଲେ । ସେ ଦଳରେ ସ୍ଥାନ ପାଇବା ପାଇଁ ସଂଘର୍ଷ କରୁଥିଲେ । ୧୫ ବର୍ଷ କ୍ୟାରିୟରରେ ସେ ୩୬୭ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ଏଥିରେ ୧୯୮ ଦିିନିକିଆ, ୧୨୨ ଟି୨୦ ଓ ୪୭ ଟେଷ୍ଟ ସାମିଲ । ଓଭରାଲ ୨୩ ଆନ୍ତର୍ଜାତୀୟ ଶତକ ଓ ୭୬ ଅର୍ଦ୍ଧଶତକ ସହ ସେ ୧୩୪୬୩ ରନ ସଂଗ୍ରହ କରିଛନ୍ତି ।
୨୦୧୫ ଦିନିକିଆ ବିଶ୍ୱକପରେ ଗୁପଟିଲ ଦ୍ୱିଶତକ ମାରିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ସେ ୨୨୩ ବଲରେ ୨୩୭ ରନର ଇନିଂସ ଖେଳିଥିଲେ । ଏଥିରେ ୧୧ ଛକା ଓ ୨୪ ଚୌକା ସାମିଲ । କ୍ରିସ ଗେଲଙ୍କ ବିଶ୍ୱକପରେ ସର୍ବାଧିକ ସ୍କୋର ୨୧୫ ରନକୁ ସେ ପଛରେ ପକାଇ ଦେଇଥିଲେ । ୨୦୦୯ରେ ଗୁପଟିଲ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ପଦାର୍ପଣ କରିଥିଲେ ।