Latest Odisha News

BREAKING NEWS

ବଜାରକୁ ଆସିଲା ସବୁଠୁ ଶସ୍ତା ୭ ସିଟର କାର୍

ନୂଆଦିଲ୍ଲୀ: କାର କିଣିବାକୁ ସମସ୍ତଙ୍କ ଇଚ୍ଛା ଥାଏ । ଆଉ ପରିବାର ଟିକିଏ ବଡ଼ ଥିଲେ ଦରକାର ବଡ଼ ଗାଡ଼ି । କିନ୍ତୁ ଯଦି ଆପଣଙ୍କ ପାଖରେ ବଡ଼ ବଜେଟ୍ ନାହିଁ ତେବେ ଚିନ୍ତା କରନ୍ତୁ ନାହିଁ । ମାରୁତି ସୁଜୁକି ଆଜି ଘରୋଇ ବଜାରରେ ଏମପିବି କାର Eecoର ଅପଡେଟେଡ୍ ମଡେଲକୁ ଲଞ୍ଚ କରିଛି । କମ୍ପାନୀର ଦାବି ଅନୁସାରେ, ପୁରୁଣା ମଡେଲ୍ ତୁଳନାରେ ଏହି କାର ଅଧିକ ମାଇଲେଜ୍ ଦେବ ।

BjdElectrycity

Maruti Suzuki Eeco Cheapest 7 Seater Family Car Launched

କେବଳ ମାଇଲେଜ୍ ନୁହେଁ ଏହି କାର ଆପଣଙ୍କୁ ବେଶ୍ କମ୍ ଦାମରେ ମିଳିଯିବ । ଦିଲ୍ଲୀରେ ଏହି କାରର ଏକ୍ସ ଶୋ ରୁମ୍ ମୂଲ୍ୟ ୫ ଲକ୍ଷ ୧୩ ହଜାର ଟଙ୍କା ରହିଛି । କମ୍ପାନୀ ମାରୁତି Eecoରେ ନୂଆ ଫିଚର୍ସ ଦେଇଛି । ଏହି କାରରେ ୧.୨ ଲିଟର କ୍ଷମତା ବିଶିଷ୍ଟ କେ-ସିରିଜ୍ ଡୁଆଲ୍ ଜେଟ୍ ବିବିଟି ପେଟ୍ରୋଲ ଇଞ୍ଜିନ୍ ରହିଛି । ଆଉ କମ୍ପାନୀର ଦାବି ହେଉଛି ପୁରୁଣା ମଡେଲ୍ ତୁଳନାରେ ଏହା ୨୫ ପ୍ରତିଶତ ଅଧିକ ମାଇଲେଜ୍ ଦେବ ।

ଏହି କାର ପେଟ୍ରୋଲରେ ୧୯.୭୧ କିଲୋମିଟର ମାଇଲେଜ୍ ଦେଉଥିବା ବେଳେ ସିଏନଜିରେ ୨୬.୭୮ କିଲୋମିଟର ମାଇଲେଜ୍ ଦେବ । ନୂଆ ମାରୁତି Eecoରେ ୧୧ଟି ସୁରକ୍ଷା ଫିଚର୍ସ ରହିଛି । ଯେଉଁଥିରେ ହଜାର୍ଡ ଲାଇଟ୍, ଡୁଆଲ୍ ଏୟାରବ୍ୟାଗ, ଇଞ୍ଜିନ ଇମୋବିଲାଇଜର, ଇଲେକ୍ଟ୍ରୋନିକ୍ ବ୍ରେକଫୋର୍ସ ଡିଷ୍ଟ୍ରିବ୍ୟୁସନ୍ ସହ ଆଣ୍ଟି ଲକ୍ ବ୍ରେକିଂ ସିଷ୍ଟମ, ଚାଇଲ୍ଡ ଲକ୍, ସ୍ଲାଇଡିଂ ଡୋର୍, ରିଭର୍ସ ପାର୍କିଂ ସେନସର ରହିଛି ।

Leave A Reply

Your email address will not be published.