Latest Odisha News

BREAKING NEWS

ମୋର୍ବି ଟ୍ରାଜେଡି ରିପୋର୍ଟ: ଘଟଣା ଦିନ ଦିଆଯାଇଥିଲା ୩୧୬୫ ଟିକେଟ୍

ନୂଆଦିଲ୍ଲୀ: ଗୁଜରାଟର ମୋର୍ବିଠାରେ ଝୁଲା ପୋଲ ଟ୍ରାଜେଡିରେ ନୂଆ ଖୁଲାସା । ଏଫଏସଏଲ୍ ରିପୋର୍ଟରେ ଓରେଭା ଓ ନଗର ନିଗମ ଦ୍ୱାରା ଭ୍ରଷ୍ଟାଚାର ଓ ଦାୟିତ୍ୱହୀନତା ହୋଇଥିଲା ଦର୍ଶାଯାଇଛି । ଓରେଭା ଗ୍ରୁପ୍ ପୋଲ ମରାମତି କଣ୍ଟ୍ରାକ୍ଟ ନେଇଥିଲା । ଅକ୍ଟୋବର ୩୦ ତାରିଖରେ ଝୁଲା ପୋଲ ଛିଣ୍ଡିଯିବାରୁ ୧୩୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାର କାରଣ ଅତ୍ୟଧିକ ଭାର ବୋଲି ଦର୍ଶାଯାଇଛି । ସେଦିନ ୩୧୬୫ ଟିକେଟ୍ ଦିଆଯାଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି । ଯାହା ପୋଲର କ୍ଷମତାଠାରୁ ମାତ୍ରାଧିକ।

ମାଛୁ ନଦୀ ଉପରେ ଥିବା ମୋର୍ବି ଝୁଲା ପୋଲ ଶହ ଶହ ବର୍ଷ ପୁରୁଣା । ପୋଲର ତାର ଗୁଡିକରେ କଳଙ୍କି ଲାଗିଯାଇଥିଲା । ନଟ୍ ବୋଲ୍ଟ ସବୁ ଢିଲା ହୋଇସାରିଥିଲା । ପୁରୁଣା ତଥା ଦୁର୍ବଳ କେବୁଲ ଲୋକଙ୍କ ଓଜନ ପାଇଁ ଛିଣ୍ଡିଯାଇଥିଲା ।

ଓରେଭା ଗ୍ରୁପର ଗାର୍ଡ ଓ ଟିକେଟ୍ କଲେକ୍ଟର ଦିନ ମଜୁରିଆ । ଭିଡ଼ ନିୟନ୍ତ୍ରଣ ସେମାନଙ୍କ ପକ୍ଷେ ସମ୍ଭବ ନଥିଲା । ମାମଲାରେ ଗିରଫ ୯ ଜଣଙ୍କ ଜାମିନ ଶୁଣାଣି ବେଳେ ସରକାରୀ ଓକିଲ କୋର୍ଟରେ ପକ୍ଷ ରଖିଥିଲେ । ଗାର୍ଡମାନଙ୍କୁ ନିରାପତ୍ତା ପ୍ରୋଟୋକଲ୍ ବିଷୟରେ କିଛି ବୁଝାଯାଇନଥିଲା । ଓରେଭା ନିରାପତ୍ତା ପାଇଁ ସମ୍ପୂର୍ଣ୍ଣ ଭାବେ ଉତ୍ତରଦାୟୀ । ହେଲେ ସେମାନେ ସମ୍ଭାବ୍ୟ ଦୁର୍ଘଟଣାକୁ ମୁକାବିଲା କରିବା ପାଇଁ କୌଣସି ଲାଇଫଗାର୍ଡ ବା ବୋଟ୍ ବ୍ୟବସ୍ଥା କରିନଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି ।  ତେବେ ଓରେଭା ଗ୍ରୁପ କିମ୍ୱା ଅଜନ୍ତା କମ୍ପାନୀର କେହି ଉଚ୍ଚ ପଦାଧିକାରୀ କାହିଁକି ଏଯାଏଁ ଗିରଫ ହୋଇନାହାଁନ୍ତି, ସେନେଇ ପ୍ରଶ୍ନ ଉଠିଛି ।

ରାଜ୍ୟ ସରକାର ୫ଜଣିଆ କମିଟି କରି ତଦନ୍ତ ଜାରି ରଖିଛି । ଏହି ମାମଲା ଏବେ ଗୁଜରାଟ ହାଇକୋର୍ଟରୁ ଯାଇ ସୁପ୍ରିମକୋର୍ଟରେ ପହଞ୍ଚିଛି। ପ୍ରଧାନ ବିଚାରପତି ଡି.ଓ୍ୱାଇ.ଚନ୍ଦ୍ରଚୂଡ ଓ ବିଚାରପତି ହିମା କୋହଲି ଏହି ମାମଲାର ଶୁଣାଣି କରିଛନ୍ତି ।

Leave A Reply

Your email address will not be published.