Latest Odisha News

୨୦୨୪ ଅଲିମ୍ପିକ ପୂର୍ବରୁ ଭାରତକୁ ଲାଗିଛି ଶକ୍ତ ଝଟକା

ନୂଆଦିଲ୍ଲୀ: ୨୦୨୪ ଅଲିମ୍ପିକ ପୂର୍ବରୁ ଭାରତକୁ ଲାଗିଛି ଶକ୍ତ ଝଟକା । ପ୍ୟାରିସ୍ ରେ ହେବାକୁ ଥିବା ଅଲିମ୍ପିକ ପୂର୍ବରୁ ଭାରତର କିମ୍ବଦନ୍ତୀ ବକ୍ସର ମେରି କମ ଅଭିଯାନ ପ୍ରମୁଖ ବା ସେଫ୍ ଡି ମିସନ ପଦରୁ ଦେଇଛନ୍ତି ଇସ୍ତଫା । ପିଟିଆଇରେ ଖବର ପ୍ରକାଶ ଅନୁଯା୍ୟୀ କିଛି ବ୍ୟକ୍ତିଗତ କାରଣୁ ସେ ଇସ୍ତଫା ଦେଇଛନ୍ତି  ବୋଲି କହିଛନ୍ତି ମେରି କମ । ଇସ୍ତଫା ଦେବାରୁ ତାଙ୍କୁ ଖରାପ ଲାଗୁଥିଲେ ବି ତାଙ୍କ ପାଖରେ ଅନ୍ୟ କୌଣସି ଉପାୟ ନାହିଁ ବୋଲି ମେରିକମ କହିଛନ୍ତି।

ମେରି କମ୍ ଙ୍କୁ ଚଳିତ ବର୍ଷ ମାର୍ଚ୍ଚରେ ସେଫ୍ ଡି ମିଶନ ଭାବେ ନିଯୁକ୍ତ କରାଯାଇଥିଲା। ଆଥଲେଟ୍ସ ଙ୍କୁ ଟ୍ରେନିଂ ଦେବାରେ ମେରି କମ୍ ହିଁ ଯୋଗ୍ୟ ବ୍ୟକ୍ତି ବୋଲି ବିବେଚନା  କରି ଭାରତୀୟ ଅଲିମ୍ପିକ ଆସୋସିଏସନ୍(ଆଇଓଏ) ତାଙ୍କୁ ଏହି ପଦରେ ନିଯୁକ୍ତି ଦେଇଥିଲା।

 

 

Comments are closed.