Latest Odisha News

BREAKING NEWS

ସ୍ପ୍ରେ ମାରି ସୁନା ଦୋକାନରୁ ଲୁଟିନେଲେ

ଭୁବନେଶ୍ୱର: ଗତ କିଛି ଦିନ ମଧ୍ୟରେ ଭୁବନେଶ୍ୱରରେ ଏକାଧିକ ଲୁଟ୍ ହେଉଥିବା ନେଇ ସୂଚନା ମିଳିଛି । ତେବେ ଏପରି ସମୟରେ କଳିଙ୍ଗ ବିହାର ଅଞ୍ଚଳର ଏକ ଅଳଙ୍କାର ଦୋକାନରୁ ଦିନ ଦ୍ୱିପ୍ରହରରେ ଚୋରି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ତମାଣ୍ଡୋ ଥାନା ଅଧୀନରେ ଥିବା ଏକ ଅଳଙ୍କାର ଦୋକାନରୁ ଏହି ଲୁଟ ହୋଇଛି। ଆଉ ଏହାର ସମଗ୍ର ଘଟଣା ସିସିଟିଭିରେ କଏଦ ହୋଇଛି। ଭିଡିଓରେ ଦୁର୍ବୃତ୍ତ ଜଣକ ସ୍କୁଟରରେ ଆସି ଗ୍ରାହକ ପରିଚୟ ଦେଇ ଅଳଙ୍କାର ଦୋକାନ ଭିତରକୁ ପଶିଥିଲେ। ଭଉଣୀର ବିବାହ ବାହାନାରେ ଗହଣା କିଣବା ପାଇଁ ମାସ୍କ ପିନ୍ଧି ଜଣେ ବ୍ୟକ୍ତି କିଛି ଅଳଙ୍କାର ଦେଖିଥିଲା।

ଅଳଙ୍କାରର ମୂଲ୍ୟ ବିଷୟରେ ପଚରାଉଚରା କରୁଥିବା ସମୟରେ ଦୁର୍ବୃତ୍ତ ଜଣକ ହଠାତ୍ ଦୋକାନୀଙ୍କ ମୁହଁରେ କିଛି ରାସାୟନିକ ପଦାର୍ଥ ସ୍ପ୍ରେ କରିଦେଇଥିଲା। ଯାହାପରେ ଦୋକାନୀ ନିଜ ଆଖିକୁ ବଞ୍ଚାଇବାକୁ ଚେଷ୍ଟା  କରୁଥିବା ସମୟରେ ସେ ପାଞ୍ଚଟି ସୁନା ମୁଦି, ଗୋଟିଏ ଚେନ୍ ଏବଂ ଏକ ବ୍ରେସଲେଟ୍ ସମେତ ଅଳଙ୍କାର ନେଇ ପଳାଇ ଯାଇଥିଲା। ଲୁଟ୍ ହୋଇଥିବା ଅଳଙ୍କାରର ମୂଲ୍ୟ ପ୍ରାୟ ଛଅ ଲକ୍ଷ ଟଙ୍କା ବୋଲି ଦୋକାନ ମାଲିକ କହିଛନ୍ତି।

ସୂଚନା ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ଓ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ତମାଣ୍ଡୋ ପୋଲିସ ଅଳଙ୍କାର ଦୋକାନ ଏବଂ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରୁଥିବା ନେଇ କୁହାଯାଇଛି।

Leave A Reply

Your email address will not be published.