Latest Odisha News

BREAKING NEWS

ମାସ୍କ ଓ ସାମାଜିକ ଦୂରତା ପିଲାମାନଙ୍କର ପ୍ରତିରକ୍ଷା ପ୍ରଣାଳୀକୁ ଦୁର୍ବଳ କରିପାରେ; ରିପୋର୍ଟ

ନୂଆଦିଲ୍ଲୀ: କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ହେଉଛି ବାଧ୍ୟତାମୂଳକ। ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି କେନ୍ଦ୍ର ପର୍ଯ୍ୟନ୍ତ ବାରମ୍ବାର ଲୋକଙ୍କୁ ଏହି ବାର୍ତ୍ତା ଦେଇ ଆସୁଛନ୍ତି।

ତେବେ ମାସ୍କ ଓ ସାମାଜିକ ଦୂରତା କରୋନା ଭୂତାଣୁଠୁ ଦୂରେଇ ରହିବା ପାଇଁ ଜରୁରୀ ହୋଇଥିଲେ ସୁଦ୍ଧା ଏହା ପିଲାମାନଙ୍କ ‌ରୋଗ ପ୍ରତିରୋଧକ କ୍ଷମତାକୁ ଦୁର୍ବଳ କରୁଛି। ଏମିତି ଏକ ଦାବି ଆଣିଛନ୍ତି ଇଂଲଣ୍ଡର ବିଶେଷଜ୍ଞମାନେ।

ସେମାନଙ୍କ କହିବାନୁସାରେ, ଗତ ୧୫ ମାସ ଧରି ପିଲାମାନେ ଭାଇରାଲ୍ ପାଥୋଜେନ ସହିତ ବଡ଼ ମୁକାବିଲା କରିନାହାଁନ୍ତି। ଯାହା ସିଜନାଲ୍‌ ଫ୍ଲୁ ସୃଷ୍ଟି କରିଥାଏ। ଫଳସ୍ୱରୂପ, ମହାମାରୀ ସହ ଲଢିବା ପାଇଁ ସେମାନଙ୍କ ଶରୀର ଏକ ପ୍ରତିରକ୍ଷା ପ୍ରଣାଳୀ ନିର୍ମାଣ କରିବାରେ ସକ୍ଷମ ହୋଇପାରି ନାହିଁ।

Leave A Reply

Your email address will not be published.