Latest Odisha News

ଅଜଣା ଆତଙ୍କୀର ବିସ୍ଫୋରଣରେ ମୋଷ୍ଟ ୱାଣ୍ଟେଡ ମସୁଦ ଅଜହର ନିହତ: ଏକ୍ସରେ ଚର୍ଚ୍ଚା ଜୋରଦାର

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଘୁରି ବୁଲିଛି ଏକ ଜବରଦସ୍ତ ଖବର । ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କୀ ମସୁଦ ଅଜହର ସୋମବାର ପାକିସ୍ତାନରେ ଏକ ବୋମା ବିସ୍ଫୋରଣରେ ପ୍ରାଣ ହରାଇଛି । କେହି ଅଜ୍ଞାତ ଆତଙ୍କୀ ବୋମା ବିସ୍ଫୋରଣ କରିବା ପରେ ସୋସିଆଲ ମିଡିଆରେ ଲଗାତାର ଏପରି ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ମୌଲାନା ମସୁଦ ଅଜହର ଆତଙ୍କୀ ସଂଗଠନ ଜୈଶ-ଇ-ମୋହମ୍ମଦର ମୁ୍ଖ୍ୟ  ଅଟେ ।  ତେବେ ବର୍ତ୍ତମାନ ସୁଦ୍ଧା ମସୁଦର ମୃତ୍ୟୁକୁ ନେଇ କୌଣସି ଅଧିକାରୀ ସ୍ତରରେ ସୂଚନା ଦିଆ ଯାଇନାହିଁ । ପାକିସ୍ତାନ ମିଡିଆରେ ଚାଲିଥିବା ଚର୍ଚ୍ଚା ଅନୁସାରେ, ମସୁଦ ଅଜହର ଆଜି ସକାଳ ୫ଟାରେ ଭାବଲପୁର ମସଜିଦରୁ ଫେରୁଥିଲା । ଏହି ସମୟରେ କେହି ଅଜ୍ଞାତ ବ୍ୟକ୍ତି ବିସ୍ଫୋରଣ ଘଟାଇଥିଲେ । ଏହି ବିସ୍ଫୋରଣରେ ମସୁଦର ମୃତ୍ୟୁ ଘଟିଥିବା ଜଣାଯାଇଛି ।

ଏହି ଘଟଣାକୁ ନେଇ ଜଣେ ୟୁଜର ଲେଖିଛନ୍ତି, ଅସମର୍ଥିତ ରିପୋର୍ଟ ଅନୁସାରେ, ଆଜି ସକାଳ ୫ଟାରେ କନ୍ଧାର ହାଇଜାକର ମସୁଦ ଅଜହରର ମୃତ୍ୟୁ ଘଟିଛି । ଅଜଣା ବ୍ୟକ୍ତିଙ୍କ ବୋମା ବିସ୍ଫୋରଣରେ ତାର ମୃତ୍ୟୂ ଘଟିଛି ।

ପୀୟୂଷ ସିଂହ ନାମକ ଜଣେ ୟୁଜର୍ସ ଲେଖିଛନ୍ତି, ଦାଉଦ ଇବ୍ରାହିମ ପରେ ଅଜ୍ଞାତ ଆତତାୟୀ ମସୁଦ ଅଜହରର ଅଜଣା ଆତତାୟୀଙ୍କ ବିସ୍ଫେରଣରେ ମୃତ୍ୟୁ ଘଟିଛି । ନୂଆ ବର୍ଷର ଉପହାର ପାଇଁ ଅଜଣା ଆତତାୟୀଙ୍କୁ ଧନ୍ୟବାଦ ।‘

Comments are closed.