Latest Odisha News

BREAKING NEWS

ଗୋଟିଏ ପରିବାରକୁ ସଂଘବଦ୍ଧ ଆକ୍ରମଣ, ୫ ଜଣ ଗୁରୁତର ଆହତ, ହସ୍ପିଟାଲରେ ଭର୍ତ୍ତି

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା  ଶିଆଳି ଗାଁରେ ଅଘଟଣ । ଗୋଟିଏ ପରିବାରକୁ ସଂଘବଦ୍ଧ  ଆକ୍ରମଣ । ଘରେ ପଶି ଗାଁର ଅନ୍ୟ ଏକ ପରିବାରର ୪ ଜଣ ଲୋକ ଆକ୍ରମଣ କରିଛନ୍ତି । ଏଥିରେ ଗୋଟିଏ ପରିବାରର ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ତିନ ମହିଳା ସମେତ ୨ ପୁରୁଷ ଅଛନ୍ତି ।

ସମସ୍ତ ଅହତଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।  ଗୁରୁତର ଆହତ ହେଲେ ସାହେବ ନିହାଲ, ରୋହିତ ନିହାଲ, ହିମାଦ୍ରୀ ନିହାଲ ଓ ଅପସରା ସାଣ୍ଢ ।

ପୂର୍ବ ଶତୃତାରୁ ଏହି ଆକ୍ରମଣ ହୋଇଥିବା ପୋଲିସକୁ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଆକ୍ରମଣ କରିବାକୁ ଆସିଥିବା ୪ ଜଣଙ୍କ ମଧ୍ୟରୁ ୩ଜଣ ଫେରାର ହୋଇଯାଇଛନ୍ତି ।  ଜଣଙ୍କୁ ଗାଁ ଲୋକେ କାବୁ କରି ଲଛିପୁର ପୋଲିସର ଜିମା ଦେଇଛନ୍ତି । ଅଟକ ଅଭିଯୁକ୍ତର ନାଁ ରଙ୍କ ଲୁହା ବୋଲି ଜଣାପଡିଛି ।

Leave A Reply

Your email address will not be published.