Latest Odisha News

BREAKING NEWS

ଗୋଟିଏ ମଞ୍ଚରେ ବିବାହ ବନ୍ଧନରେ ବାନ୍ଧିହେବେ ୧୨୧ ଯୁବତୀ, ଉପହାରରେ ମିଳିବ ଟିଭି, ଫ୍ରିଜ, ଖଟ

ଛତରପୁର: ମହାଶିବରାତ୍ରି ଅବସରରେ ମଧ୍ୟପ୍ରଦେଶର ଛତରପୁରରେ ଥିବା ବାଗେଶ୍ୱର ଧାମରେ ​​୧୨୧ ଜଣ ଯୁବତୀଙ୍କ ସାମୁହିକ ବିବାହ କରାଯିବ। ତେବେ ବଡ କଥା ଯେ ନବ ବିବାହିତ ଦମ୍ପତିଙ୍କୁ ଅନେକ ଉପହାର ଦିଆଯିବ | ବାସ୍ତବରେ ଦିନକୁ ଦିନ ବାହାଘର ପାଇଁ ହେଉଥିବା ଖର୍ଚ୍ଚ ବଢିଚାଲିଥିବାବେଳେ ଆର୍ଥିକ ସ୍ୱଚ୍ଛଳ ନଥିବା ପିତାମାତା ସେମାନଙ୍କ ଝିଅର ବିବାହ ପାଇଁ ଚିନ୍ତାରେ ପଡିଯାଉଛନ୍ତି | ଅଧିକାଂଶ କ୍ଷେତ୍ରରେ ଝିଅର ବିବାହ ପାଇଁ ଆର୍ଥିକ ସଙ୍କଟ ବାଧା ସାଜୁଛି | ଏସବୁକୁ ନଜରରେ ରଖି ବାଗେଶ୍ଵର ଧାମର ପୀଠାଧିଶ୍ୱର ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ୧୨୧ଟି ଗରିବ ପରିବାରର ଝିଅମାନଙ୍କର ବିବାହ ଦାୟିତ୍ୱ ନିଜେ ନେଇଛନ୍ତି |

ଦିଆଯିବାକୁ ଥିବା ଉପହାର

ଆସନ୍ତା ଫେବୃଆରୀ ୧୮ ରେ ବାଗେଶ୍ୱର ଧାମରେ ​​ଏହି ଗଣବିବାହ ଆୟୋଜିତ ହେବ। ଏଥିପାଇଁ ବାଗେଶ୍ୱର ଧାମରେ ​​ବ୍ୟାପକ ପ୍ରସ୍ତୁତି ଚାଲିଛି। ବଡ କଥା ଯେ ନବ ବିବାହିତ ଦମ୍ପତି ବିବାହ ପରେ ଯେମିତି କୌଣସି ଅସୁବିଧାରେ ନ ପଡିବେ ସେଥିପାଇଁ ଅନେକ ଉପହାର ମଧ୍ୟ ଦିଆଯିବ | ନବ ବିବାହିତଙ୍କୁ ପ୍ରାୟ ୩୫ ପ୍ରକାରର ଉପହାର ଦିଆଯିବ | ଏଥିମଧ୍ୟରେ ଡବଲ୍ ବେଡ୍, ସୋଫା ସେଟ୍, କୁକର, ଡ୍ରେସିଂ ଟେବୁଲ୍, ଆଲମାରୀ, ବାସନ ସେଟ୍, ଗ୍ୟାସ୍ ସିଲିଣ୍ଡର, ଷ୍ଟୋଭ୍, ଇଲେକ୍ଟ୍ରିକ୍ ମିକ୍ସର୍, ୱାଟର୍ ହିଟର, ଏଲଇଡ଼ି ଟିଭି, ଟ୍ରଲି ବ୍ୟାଗ୍, ଫ୍ରିଜ୍, ଶାଢ଼ୀ, ମେକଅପ୍ ବକ୍ସ ଉପହାର ଭାବରେ ଦିଆଯିବ | ଉଲ୍ଲେଖ ଥାଉ କି ବାଗେଶ୍ୱର ଧାମ କମିଟି ଦ୍ୱାରା ବିଭିନ୍ନ ଗ୍ରାମ ପରିଦର୍ଶନ କରି ୧୨୧ ଜଣ ଯୁବତୀଙ୍କୁ ଚୟନ କରାଯାଇଛି, ଯେଉଁମାନଙ୍କର ବିବାହ ଆର୍ଥିକ ସମସ୍ୟା ପାଇଁ ହୋଇପାରୁନଥିଲା |

Leave A Reply

Your email address will not be published.