Latest Odisha News

BREAKING NEWS

ଏୟାର ଇଣ୍ଡିଆକୁ ଶକ୍ତ ଧକ୍କା; ଇସ୍ତଫା ଦେଲେ ୧୨୦ ପାଇଲଟ

ନୂଆଦିଲ୍ଲୀ : ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆର ୧୨୦ ପାଇଲଟ ସାମୂହିକ ଭାବେ ଇସ୍ତଫା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଦରମା ଏବଂ ଚାକିରୀରେ ପଦୋନ୍ନତିକୁ ନେଇ ଏହି ପାଇଲଟମାନେ ପୂର୍ବରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ । ‘ଏ-୩୨୦ ଏୟାରବସ’ର ୧୨୦ ପାଇଲଟଙ୍କ ଦାବି ପୂରଣ ନହେବାରୁ ସେମାନେ ମ୍ୟାନେଜମେଣ୍ଟକୁ ଇସ୍ତଫାପତ୍ର ଦେଇଥିବା ଜଣାପଡିଛି।

ପ୍ରାୟ ୬୦ ହଜାର କୋଟି ଟଙ୍କାର ଋଣ ଭାରରେ ବୁଡି ରହିଥିବା ଭାରତ ସରକାରଙ୍କ ଏହି ବିମାନ କମ୍ପାନୀର ଘରୋଇକରଣ ନେଇ ସରକାର ପଦକ୍ଷେପ ନେଉଥିବା ବେଳେ ପାଇଲଟମାନେ ମିଳିତ ଭାବେ ଚାକିରି ଛାଡିଛନ୍ତି।

ପାଇଲଟ ମାନେ ଅନେକ ଦିନ ଧରି ଦରମା ଏବଂ ପଦୋନ୍ନତି ପାଇଁ ଦାବି କରି ଆସୁଥିଲେ ମଧ୍ୟ ଏହାକୁ କର୍ତ୍ତୃପକ୍ଷ ଧ୍ୟାନ ଦେଇନଥିଲେ । ତେଣୁ ବାଧ୍ୟ ହୋଇ ଏଭଳି ନିଷ୍ପତ୍ତି ନେଇଥିବା ପାଇଲଟମାନେ କହିଛନ୍ତି।

ଆହୁରି ମଧ୍ୟ ପାଇଲଟ ମାନେ କହିଛନ୍ତି ଯେ, ପ୍ରାଥମିକ ପର୍ଯ୍ୟାୟରେ ଠିକାରେ କାମ କରିଥିବା ପାଇଲଟ ଅଭିଜ୍ଞତା ହାସଲ କରିବା ପରେ ଦରମା ବୃଦ୍ଧି ସାଙ୍ଗକୁ ପଦୋନ୍ନତି ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲେ ମଧ୍ୟ ବର୍ତ୍ତମାନ କମ୍ପାନୀ କର୍ତ୍ତୃପକ୍ଷ ଦାବି ନଶୁଣିବା ଯୋଗୁଁ ଏଭଳି ମିଳିତ ଇସ୍ତଫା ଦେଇଥିବା ସେମାନେ କହିଛନ୍ତି ।

ଏଥି ଯୋଗୁଁ ବିମାନ ସେବା ବାଧାପ୍ରାପ୍ତ ହେବ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। କମ୍ପାନୀ ନିକଟରେ ବର୍ତ୍ତମାନ ୨୦୦୦ ପାଇଲଟ ଥିବା ବେଳେ ସେମାନଙ୍କ ମଧ୍ୟରୁ ୪୦୦ ଜଣ ଏକ୍‌ଜିକ୍ୟୁଟିଭ।

Leave A Reply

Your email address will not be published.