Latest Odisha News

BREAKING NEWS

ହାଇତି ଭୂମିକମ୍ପ ପରେ ହାହାକାର ସ୍ଥିତି: ଭଗ୍ନାଂବଶେଷ ତଳକୁ ସମ୍ପର୍କୀୟଙ୍କୁ ଖୋଜୁଛନ୍ତି ଲୋକ

ହାଇତି: ଆମେରିକାର ହାଇତିରେ ଭୟଙ୍କର ଭୂମିକମ୍ପରେ ବ୍ୟାପକ କ୍ଷତି ହୋଇଥିବା ବେଳେ ଶତାଧିକ ଜୀବନ ନେଇଛି । ବର୍ତ୍ତମାନ ସୁଦ୍ଧା ଭୂମିକମ୍ପରେ ୩ଶହରୁ ଅଧିକ ଲୋକଙ୍କୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନେକ ଲୋକ ନିଖୋଜ ଅଛନ୍ତି । ଆଗକୁ ମୃତ୍ୟୁସଂଖ୍ୟା ବଢ଼ିପାରେ ।

୭.୨ ତୀବ୍ରତାରେ ଭୂମିକମ୍ପ ବହୁ ବଡ଼ ବଡ଼ ବିଲଡିଂକୁ ମାଟିରେ ଶୁଆଇ ଦେଇଛି । ଭୁଶୁଡ଼ି ପଡ଼ିଛି ଘର । ଧ୍ୱଂସାବଶେଷ ତଳେ ବହୁ ଲୋକ ଚାପି ହୋଇଥିବା ଅନୁମାନ କରାଯାଇଛି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ମାସେ ପାଇଁ ହାଇତିର ପ୍ରଧାନମନ୍ତ୍ରୀ ସେଠାରେ ଷ୍ଟେଟ ଏମର୍ଜେନ୍ସୀ ଜାରି କରିଛନ୍ତି ।

ଗୋଟିଏ ଗୋଟିଏ ସ୍ଥାନରେ ବଡ଼ ବଡ଼ କୋଠା ସବୁ ଭାଙ୍ଗି ଚୁରମାର ହୋଇ ଯାଇଛି । ଘଟଣାସ୍ଥଳର ଦୃଶ୍ୟ ହିଁ ବୟାନ କରୁଛି କେତେ ପ୍ରଳୟଙ୍କରୀ ଥିଲା ଭୂମିକମ୍ପ । କିଛି ସମୟ ଭିତରେ ସବୁ କିଛି ଓଲଟପାଲଟ କରିଦେଲା । ଭୂମିକମ୍ପ ପରେ ହଜାର ହଜାର ଲୋକ ବେଘର ହୋଇଛନ୍ତି ।

ହଜାର ହଜାର ଲୋକ ନିଖୋଜ ଅଛନ୍ତି । ଭଗ୍ନାଂବଶେଷ ତଳକୁ ଅନେକ ସମ୍ପର୍କୀୟଙ୍କୁ ଖୋଜୁଛନ୍ତି । କିଏ ମୃତଦେହକୁ ପାଉଛି ତ କେହି କେହି ଖୋଜି ଖୋଜି ନୟାନ୍ତ ବି ହେଲେବି ଆତ୍ମୀୟଙ୍କ ସନ୍ଧାନ ପାଇ ପାରୁ ନାହାନ୍ତି । ଗତକାଲି ହାଇତିରେ ଭୂମିକମ୍ପ ହାହାକାର ପରିସ୍ଥିତି ରଚି ଦେଇଗଲା ।

Leave A Reply

Your email address will not be published.