Latest Odisha News

BREAKING NEWS

ବୈଜ୍ଞାନିକଙ୍କ ଚେତାବନୀ, ଏବେ ହିମାଳୟ ଅଂଚଳ ପ୍ରତି ଭୂମିକମ୍ପ ବିପଦ

ନୂଆଦିଲ୍ଲୀ: ନ୍ୟାଶନାଲ ଜିୟୋ ଫିଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ହିମାଳୟ ଅଂଚଳରେ ବଡ ଧରଣର ଭୂମିକମ୍ପ ନେଇ ଏବେଠାରୁ ସତର୍କ କରାଇ ଦେଇଛନ୍ତି । ଏଠାରେ ଅଧିକ ତୀବ୍ରତାର ଭୂମିକମ୍ପ ହେବା ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ । ମୂଖ୍ୟ ଗବେଷକ ପୂର୍ଣ୍ଣଚନ୍ଦ୍ର ରାଓଙ୍କ କହିବା ଅନୁସାରେ ପୃଥିବୀ ଆସ୍ତରଣ ବିଭିନ୍ନ ପ୍ଲେଟକୁ ନେଇ ଗଠିତ । ହିମାଳୟ ଅଂଚଳରେ ଥିବା ପ୍ଲେଟ ୫ ସେଂଟିମିଟର ପର୍ଯ୍ୟନ୍ତ ଘୁଂଚି ସାରିଲାଣି । ହିମାଚଳ ପ୍ରଦେଶ, ନେପାଳର ପଶ୍ଚିମାଂଚଳ ଓ ଉତରାଖଣ୍ଡରେ ବଡ ଧରଣର ଭୂମିକମ୍ପ ହେବା ଆଶଙ୍କା ରହିଛି । ଏହାର ତୀବ୍ରତା ୮ ମ୍ୟାଗ୍ନିଟ୍ୟୁଡ ପର୍ଯ୍ୟନ୍ତ ରହିପାରେ ବୋଲି ରାଓ କହିଛନ୍ତି । ତୁର୍କୀରେ ଆସିଥିବା ବଡ ଧରଣର ଭୂମିକମ୍ପ ସମ୍ପର୍କରେ ସେ କହିଥିଲେ, ଖରାପ ନିର୍ମାଣ କାର୍ଯ୍ୟ ଯୋଗୁ ଏଠାରେ ଏତେ ମାତ୍ରାରେ ଲୋକଙ୍କ ମୃତ୍ୟୁ ଘଟିଥିଲା ।

ସୁଚିନ୍ତିତ ଯୋଜନା ଅନୁସାରେ ନିର୍ମାଣ କାର୍ଯ୍ୟ କରାଯାଇଥିଲେ ଏତେ କ୍ଷୟକ୍ଷତି ହୋଇ ନ ଥାନ୍ତା । ହିମାଳୟ ଅଂଚଳରେ ୪ଟି ବଡ ଧରଣର ଭୂମିକମ୍ପ ଆସିଛି । ୧୮୯୭ରେ ଶୀଲଂରେ, ୧୯୦୫ର କାଙ୍ଗାଣ୍ଡାରେ, ୧୯୩୪ରେ ବିହାର-ନେପାଳ ସୀମାରେ ଏବଂ ୧୯୫୦ରେ ଆସାମରେ ଏହି ଭୟଙ୍କର ପ୍ରାକୃତିକ ଦୁର୍ବିପାକ ଘଟି ସାରିଛି ।

Leave A Reply

Your email address will not be published.