Latest Odisha News

BREAKING NEWS

ଆସାମର ତୈଳ ଉତ୍ପାଦନ କୂଅରେ ଭୟଙ୍କର ଅଗ୍ନିକାଣ୍ଡ

ଗୁଆହାଟୀ: ଆସାମର ତିନସୁକିୟା ଜିଲ୍ଲାରେ ଅଏଲ ଇଣ୍ଡିଆ ଲିମିଟେଡ଼ର ପ୍ରାକୃତିକ ଗ୍ୟାସ କୂଅରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି ଜ୍ଝ ଏହି କୂପରୁ ଗତ ୧୪ ଦିନ ହେଲା ଗ୍ୟାସ ନିର୍ଗତ ହେଉଥିଲା ଜ୍ଝ ତେବେ ଏହାକୁ କେହି ଗୁରୁତର ସହ ନେଇନଥିଲେ । ଫଲରେ ଆଜି ମଧ୍ୟାହ୍ଣରେ ଏଠି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ତୈଳ କୂଅରେ ଲାଗିଥିବା ନିଆଁ ଯୋଗୁ ଆଖପାଖ ଅଞ୍ଚଳର ଚାଷଜମି, ପୋଖରୀ ଆଦି ପ୍ରଦୂଷିତ ହୋଇଯାଇଛି ଜ୍ଝ ପୁରା ପରିବେଶ କଳା ଧୂଆଁରେ ଆଚ୍ଛାଦିତ ହୋଇଯାଇଛି ।

ଘଟଣା ପରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋବାଲ କେନ୍ଦ୍ରୀୟ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କଥାବାର୍ତ୍ତା କରିଛନ୍ତି । ଦୁର୍ଘଟଣାସ୍ଥଳରେ ଏନଡିଆରଏଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଆସାମର ଜଣେ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ।

ଗୁଆହାଟୀରୁ ପାଖାପାଖି ୫୦୦ କିଲୋମିଟର ଦୂର ବାଗହଜନରେ ମେ ୨୭ ତାରିଖରେ ଏହି ତୈଳ କୂପରେ ବିସ୍ଫୋରଣ ହୋଇଥିଲା । ଗତ ୧୪ ଦିନ ହେଲା ଏହି କୂପରୁ ତୈଳ ନିର୍ଗତ ହେଉଥିଲା । ଫଳରେ ସେହି ଅଞ୍ଚଳର ଭୂମି ଓ ଜୈବ ବିବିଧତାକୁ ଅନେକ କ୍ଷତି ହୋଇଛି । ଲୁପ୍ତ ପ୍ରାୟ ଗଙ୍ଗା ଡ଼ଲଫିନ ଏବଂ ଅନ୍ୟ ଜୀବଜନ୍ତୁଙ୍କ ମୃତଦେହ ମଧ୍ୟ ଡିବୃ ସାଇଖୋବା ନ୍ୟାସନାଲ ପାର୍କରେ ଭାସୁଥିବାର ଫଟୋ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଥିଲା ।

Comments are closed.