Latest Odisha News

ରାଜଧାନୀର ଚକ୍ଷୁ ଚିକିତ୍ସାଳୟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲିଭାରେ ୧୬ ଦମକଳ ଗାଡ଼ି ନିୟୋଜିତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଲଜପତ ନାଗରରେ ଭୟଙ୍କର ଅଗ୍ନିକାଣ୍ଡ। ଏଠାରେ ଏକ ଚକ୍ଷୁ ଡାକ୍ତରଖାନାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ପରେ ଏଠାରେ ଉତ୍ତେଜନା ଦେଖିବାକୁ ମିଳିଛି। ଲଜପତ୍‌ ନଗର ଅନ୍ତର୍ଗତ ଏହି ହସ୍ପିଟାଲର ଲିଫ୍ଟରେ ନିଆଁ ଲାଗିଥିବା ବେଳେ ଏହାକୁ ଲିଭାଇବା ପାଇଁ ୧୬ଟି ଅଗ୍ନିଶମ ଗାଡ଼ି ଅପରେସନ୍‌ରେ ଲାଗିଛି।

ପ୍ରାଥମିକ ସୂଚନା ମୁତାବକ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି। ସୂଚନା ଥାଉକି ଗତ ୧୦ ଦିନ ଭାତରେ ରାଜଧାନୀରେ ଦୁଇ ହସ୍ପିଟାଲ୍‌ରେ ନିଆଁ ଲାଗିଛି। ମେ ୨୬ ତାରିଖରେ ଏକ ଶିଶୁ ଯତ୍ନ କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟି ୭ ନବଜାତକଙ୍କ ମୃତ୍ୟୁ ହୋଇଥିଲା। ସମୁଦାୟ ୧୨ ନବଜାତ ଶିଶୁକୁ ଡାକ୍ତରଖାନାରୁ ସୁରକ୍ଷିତ ଭାବେ ବାହାରକୁ ନିଆଯାଇଥିଲା। ସକାଳ ୧୧.୩୦ ସମୟରେ ଦକ୍ଷିଣ ଦିଲ୍ଲୀର ଲାଜପତ ନଗର ଆଇ ସେଭେନ ଚୌଧୁରୀ ଚକ୍ଷୁ କେନ୍ଦ୍ରରେ ଏହି ବିରାଟ ଅଗ୍ନିକାଣ୍ଡ ଘଟିଥିଲା। କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ସେ ସମ୍ବନ୍ଧରେ ସୂଚନା ମିଳିନାହିଁ। ନିଆଁ ଲାଗିବା ପରେ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଜନସମାଗମ ହୋଇଥିଲା।

ଅଗ୍ନିଶମ ବିଭାଗ ଟିମ୍ ନିଆଁକୁ ନିୟନ୍ତ୍ରଣ କରିବାରେ ନିୟୋଜିତ ଅଛନ୍ତି। ବର୍ତ୍ତମାନ କୌଣସି ଆହତଙ୍କ ଖବର ଆସିନାହିଁ। ଉଦ୍ଧାର କାର୍ଯ୍ୟ ଚାଲିଛି। ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ପୋଲିସ ତଦନ୍ତ କରୁଛି। ଏହି ଡାକ୍ତରଖାନା ବିନୋବା ଭାବେ ମେଟ୍ରୋ ଷ୍ଟେସନ ନିକଟରେ ଅବସ୍ଥିତ। ନିଆଁ ଏତେ ଭୟଙ୍କର ଥିଲା ଯେ ଡାକ୍ତରଖାନା ଚାରିପାଖରେ କେବଳ ଧୂଆଁ ଦେଖାଯାଇଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଥିବା ପୋଲିସ କହିଛି।

 

Leave A Reply

Your email address will not be published.