Latest Odisha News

BREAKING NEWS

ଫର୍ଣ୍ଣିଚର ସୋ’ ରୁମରେ ଭୟଙ୍କର ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ନୂଆଦିଲ୍ଲୀ: ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ ଦିଲ୍ଲୀର କୀର୍ତ୍ତି ନଗରରେ ଥିବା ଫର୍ଣ୍ଣିଚର ସୋରୁମରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

BjdElectrycity

ସୂଚନା ଅନସାରେ, ଗତକାଲି ସନ୍ଧ୍ୟାରେ କୀର୍ତ୍ତି ନଗରରେ ଥିବା ଏକ ଫର୍ଣ୍ଣିଚର ସୋରୁମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇ ଚେଷ୍ଟା କରିଥିଲେ ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ପ୍ରାୟ ୧୭ଟି ଅଗ୍ନିଶମ ବାହିନୀ ମିଳିତ ଉଦ୍ୟମରେ ମଧ୍ୟ ନିଆଁକୁ ଆୟତ୍ତ କରିବା କାଠିକର ପାଠ ହୋଇପଡିଥିଲା । ତେବେ ଅଗ୍ନିକାଣ୍ଡରେ କୌଣସି ଜୀବନ ହାନୀ ହୋଇନଥିବା ବେଳେ ଲକ୍ଷାଧୀକ ଟଙ୍କାର ସାମଗ୍ରୀ ଜଳି ପୋଡି ପାଉଁଶ ହୋଇଯାଇଛି । ଅନ୍ୟପଟେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ସର୍ଟସର୍କିଟ କାରଣରୁ ନିଆଁ ଲାଗିଥିବା ନେଇ ଅନୁମାନ କରାଯାଉଛି ।

Leave A Reply

Your email address will not be published.