Latest Odisha News

BREAKING NEWS

କବାଡ଼ିଆ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ

ପୁରୀ: କୁମ୍ଭାରପଡା ଥାନା ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ। ଥାନା ନିକଟ ଆଲାମଚଣ୍ଡୀ ମନ୍ଦିର ପାଖରେ ଥିବା ଏକ କବାଡିଆ ଗୋଦାମରେ ଲାଗିଛି ନିଆଁ। ନିଆଁ ଲାଗିବାର କାରଣ ଅସ୍ପଷ୍ଟ। ଏହି ଘଟଣାରେ ଧୂଆଁର ଧାର ଆକାଶ ଯାଏଁ ଲମ୍ବି ରହିଥିଲା ।

ଟାୟାର ଜଳିବାରୁ ନିଆଁ ଲାଗିଥିବା ଆଶଙ୍କା। ଅଗ୍ନିଶମ ବିଭାଗ ଟିମ୍ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା ଜାରି ରଖିଛି। କେତେ କ୍ଷୟକ୍ଷତି ହୋଇଛି ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ। ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି ଅଗ୍ନିଶମ କର୍ମଚାରୀ।

Comments are closed.