Latest Odisha News

BREAKING NEWS

ନିଆଁ ଆଁରେ ଚାଲିଗଲା ୬ଟି ପରିବାରର ୮ ବଖରା ଘର

ନୟାଗଡ଼: ରାତିରେ ଲାଗିଲା ନିଆଁ । ଗୋଟିଏ ଘରୁ ଆଉ ଗୋଟିଏ ଘରକୁ ବ୍ୟାପିଲା । ଚାହୁଁ ଚାହୁଁ ନିଆଁ ଗିଳିଦେଲା ୮ ବଖରା ଘର । ଗତକାଲି ରାତିରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ପଥରଦ୍ୱାର ଗାଁରେ ଏହି ଅଗ୍ନିକାଣ୍ଡ ହୋଇଛି । ଏଥିରେ ୬ଟି ପରିବାରର ୮ ବଖା ଘର ଜଳି ପୋଡ଼ି ଛାରଖାର । ଲକ୍ଷାଧିକ ଟଙ୍କାର ଆସବାବପତ୍ର ଓ ସମ୍ପତ୍ତି ପୋଡ଼ି ପାଉଁଶ ହୋଇଛି ।

ଗତକାଲି ରାତି ପ୍ରାୟ ୧୨ଟା ବେଳେ ପଥରଦ୍ୱାର ଗାଁର ବିଭୁପ୍ରସାଦ ବିଶ୍ୱାଳଙ୍କ ଘରେ ପ୍ରଥମେ ନିଆଁ ଲାଗିଥିଲା । କିଛି ସମୟ ଭିତରେ ନିଆଁ ଅନ୍ୟ ୫ଜଣ ପଡ଼ୋଶୀଙ୍କ ଘରକୁ ବ୍ୟାପିଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା ବେଳକୁ ସବୁ କିଛି ଜଳି ଯାଇଥିଲା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.