Latest Odisha News

BREAKING NEWS

ମଣିପୁରରେ ୩ ଜଣଙ୍କୁ ହତ୍ୟା ପରେ ପୁଣି ତେଜିଲା ହିଂସା; ସକାଳୁ ସକାଳୁ କ୍ୱାକ୍ଟା ଇଲାକାରେ ଗୁଳି ବିନିମୟ

ଇମ୍ଫାଲା: ୩ ଜଣଙ୍କୁ ହତ୍ୟା ପରେ ମଣିପୁରରେ ପୁଣି ତେଜିଲା ହିଂସା । ଗତ ରାତିରେ ୩ ଜଣଙ୍କୁ ହତ୍ୟା କରିବା ସହ ଅନେକଙ୍କ ଘର ଜାଳି ଦେଇଛନ୍ତି । ଏହି ହିଂସା ପରେ ପରିସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ ହୋଇଯାଇଛି । ଶନିବାର ସକାଳୁ ସକାଳୁ ବିଷ୍ଣୁପୁର କ୍ୱାକ୍ଟା ଇଲାକାରେ ଫୟାରିଂ ହୋଇଛି । ପୋଲିସ ପକ୍ଷରୁ ମଧ୍ୟ ଏହାର ଜବାବରେ ଫାୟାରିଂ କରାଯାଇଥିବା ଜାଣିବାକୁ ମିଳିଛି ।

ଏହି ଗୁଳିଗୁଳା ବିନିମୟ କୁକୀ ବହୁଳ ପାହାଡି ଇଲାକାରେ ହୋଇଛି । ପାହାଡି ଇଲକାରୁ ମଧ୍ୟ ବୋମା ଏବଂ ଡ୍ରୋନରେ ଆକ୍ରମଣ କରାଯାଉଛି । ମଣିପୁର ପୋଲିସ, ସିଡିଓ, କମାଣ୍ଡୋଙ୍କ ପକ୍ଷରୁ ଏହାର ପ୍ରତିଜବାବ ଦିଆଯାଉଛି ।

ବିଷ୍ଣୁପୁର ହିଂସା ପରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି । ଏପରିକି ମହିଳାମାନେ ତାତି ଉଠିଛନ୍ତି । ଶହଶହ ମହିଳା ରାସ୍ତାରେ ବସି ବିରୋଧ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି ।  ଇତିମଧ୍ୟରେ ଜଣେ କମାଣ୍ଡୋଙ୍କର ମୁଣ୍ଡରେ ଆଘାତ  ଲାଗିଛି । ତାଙ୍କୁ ଗୁରୁତର ଅବସ୍ଥାରେ ବିଷ୍ଣୁପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୀମାରେ ସ୍ନାଇପର ଏବଂ କମାଣ୍ଡୋମାନଙ୍କୁ ମୁତୟନ କରା ଯାଇଛି ।

ସୂଚନାଥାଉ କି, ବିଷ୍ଣୁପୁରର ମୈତିୟୀ ସଂପ୍ରଦାୟର ୩ ଜଣଙ୍କୁ ହତ୍ୟା କରାଯାଇଛି । ଏହା ପରେ କୁକୀ ସଂପ୍ରଦାୟଙ୍କ ଘରକୁ ଜଳାଇ ଦିଆଯାଇଛି । ପୋଲିସର କହିବା ଅନୁଯାୟୀ, ବଫର  ଜୋନ ଅତିକ୍ରମ କରି କିଛି ବ୍ୟକ୍ତି ଆସିଥିଲେ ଏବଂ ଫାୟାରିଂ କରିଥିଲେ । ଏହା ପୂର୍ବରୁ ଗୁରୁବାର ମଧ୍ୟ ବିଷ୍ଣୁପୁରରେ ଫାୟାରିଂ ହୋଇଥିଲା ।ସ୍ୱଦେଶୀ ଆଦିବାସୀ ନେତା ଫୋରମ୍ (ଆଇଟିଏଲଏଫ୍) କୁକି-ଜୋମି ସମ୍ପ୍ରଦାୟର ସମୁଦାୟ ୩୫ଟି ମୃତଦେହକୁ ଏକାସହ ସମାଧି ଦେବା ଘଟଣାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା ।

Leave A Reply

Your email address will not be published.