Latest Odisha News

BREAKING NEWS

ଟ୍ରେନ୍‌ରେ ବଡ଼ ଧରଣର ଚଢାଉ: ୨୪ଲକ୍ଷ ଟଙ୍କା ଜବତ, ୨ ଗିରଫ

ଭୁବନେଶ୍ୱର: ଫଲକନୁମା ଟ୍ରେନରୁ ୨୪ ଲକ୍ଷ ଜବତ। ତେଲେଙ୍ଗାନା ପୋଲିସ ଓ କଟକ ଆରପିଏଫର ମିଳିତ ସହଯୋଗରେ ବିହାରର ଦୁଇ ଯୁବକଙ୍କ ଠାରୁ ୨୪ ଲକ୍ଷ ଟଙ୍କା ଜବତ କରାଯାଇଛି। ଦୁଇ ଅଭିଯୁକ୍ତ ହେଲେ ରାମ ନାରାୟଣ ଯାଦବ ଏବଂ ଶେଖ୍ ସିରାଜ୍।

କଟକରୁ ଯାଜପୁର ଯିବା ବେଳେ ଫଲକନୁମା ଟ୍ରେନରୁ ଏହି ଦୁଇଜଣଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି। ଏମାନଙ୍କ ନିକଟରୁ ନଗଦ ଟଙ୍କା ସହ କିଛି କାଗଜପତ୍ର ଜବତ କରିଛି ପୋଲିସ। ଏତେ ଟଙ୍କା କେଉଁଠୁ ଆଣିଲେ, କେଉଁ ଉଦ୍ଦେଶ୍ୟରେ ନେଉଥିଲେ ତାହା ସ୍ପଷ୍ଟ ଜଣାପଡିନଥିବା ବେଳେ ଟଙ୍କା ଦୁଇ ଗୁଣ କରିବା ନେଇ ଦୁଇ ଅଭିଯୁକ୍ତ ତେଲେଙ୍ଗାନାର ଜଣେ ବ୍ୟକ୍ତିଙ୍କୁ ଠକେଇ କରୁଥିବା କୁହାଯାଉଛି।

ମିଳିଥିବା ସୂଚନା ମୁତାବକ ଟ୍ରେନ୍‌ରେ ଟଙ୍କା ଚାଲାଣ ହେଉଥିବା ଆର୍‌ପିଏଫକୁ ଖବର ମିଳିଥିଲା। ଏନେଇ ତେଲେଙ୍ଗାନା ପୋଲିସ ଏବଂ କଟକ ଆର୍‌ପିଏଫ ପକ୍ଷରୁ ଚଢାଉ କରାଯାଇଥିଲା। ଚଢାଉ ବେଳେ ଅଧିକାରୀମାନେ ଦୁଇ ଯୁବକଙ୍କଠାରୁ ୨୪ ଲକ୍ଷ ଟଙ୍କା ଜବତ କରିଥିଲେ। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି।

 

Leave A Reply

Your email address will not be published.