Latest Odisha News

BREAKING NEWS

ବ୍ରିସବେନ ଟି୨୦ ବାତିଲ: ଅଷ୍ଟ୍ରେଲିଆରେ କ୍ରମାଗତ ୫ମ ସିରିଜ ଜିତିଲା ଟିମ ଇଣ୍ଡିଆ

ବ୍ରିସବେନ: ଏଠାରେ ଅନୁଷ୍ଠିତ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଭାରତ ୨-୧ରେ ଅଷ୍ଟ୍ରେଲିଆକୁ ହରାଇ ଦେଇଛି । ସିରିଜର ୫ମ ତଥା ଅନ୍ତିମ ଟି୨୦ ବର୍ଷା ଯୋଗୁ ବାତିଲ ହୋଇଯାଇଛି । ପ୍ରଥମ ମ୍ୟାଚ ମଧ୍ୟ ଫଳାଫଳ ବିହୀନ ଭାବେ ଶେଷ ହୋଇଥିଲା । ଭାରତ ୨ଟି ଏବଂ ଅଷ୍ଟ୍ରେଲିଆ ଗୋଟିଏ ମ୍ୟାଚ ଜିତିଥିଲା । ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ମାର୍ଶ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ । ଭାରତ ପ୍ରଥମେ ବ୍ୟାଟିଂ କରି ୪.୫ ଓଭରରେ କୌଣସି ୱିକେଟ ନ ହରାଇ ୫୨ ରନ କରିଥିଲା । ଅଭିଷେକ ଶର୍ମା ୨୩ ଓ ଶୁଭମନ ଗିଲ ୨୯ ରନ କରିଥିଲା । ଏହା ପରେ ବର୍ଷା ହୋଇଥିଲା । ବିଜୁଳି ମାରିବା ଯୋଗୁ ଷ୍ଟାଡିୟମର ଆଗ ସିଟଗୁଡିକ ଖାଲି କରାଯାଇଥିଲା । ୨ ଘଂଟା ବର୍ଷା ନ କମିବାରୁ ଶେଷରେ ମ୍ୟାଚକୁ ବାତିଲ କରି ଦିଆଯାଇଥିଲା ।

ଅଷ୍ଟ୍ରେଲିଆରେ ଭାରତ କ୍ରମାଗତ ୫ମ ଟି୨୦ ସିରିଜ ଜିତିଛି । ୨୦୨୩ ପରଠାରୁ ଟିମ ଇଣ୍ଡିଆ କୌଣସି ଟି୨୦ ସିରିଜ ହାରିନି । ଏହା ମଧ୍ୟରେ ୯ଟି ଦ୍ୱିପାକ୍ଷିକ ସିରିଜ ଜିତିଥିବା ବେଳେ ଗୋଟିଏ ଡ୍ର ରହିଛି । ଭାରତ ଟି୨୦ ବିଶ୍ୱକପ ଓ ଏସିଆ କପ ମଧ୍ୟ ଏହି ସମୟ ମଧ୍ୟରେ ଜିତିଛି । ଟିମ ଇଣ୍ଡିଆ ଏବେ ଆଗାମୀ ଜାନୁୟାରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି୨୦ ସିରିଜ ଖେଳିବ ।

Comments are closed.