ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ୨ ପୂର୍ବତନ କ୍ରିକେଟର ମ୍ୟାଚ ଫିକ୍ସିଂ ଅଭିଯୋଗରେ ଗିରଫ ହୋଇଛନ୍ତି । ଲେନାବାବୋ ସୋତ୍ସୋବୋ ଓ ଥାମିଲ ସୋଲାକିଲେଙ୍କ ଉପରେ ଘରୋଇ କ୍ରିକେଟରେ ମ୍ୟାଚ ଫିକ୍ସିଂ ଅଭିଯୋଗ ଆସିଥିଲା । ଯଦି ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ପ୍ରମାଣିତ ହୁଏ ତେବେ ସେମାନଙ୍କୁ ଦଣ୍ଡିତ କରାଯିବ । ଏପରିକି ୧୮ ବର୍ଷ ପର୍ଯ୍ୟନ୍ତ ସେମାନଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡିବ । ଲେନାବାବୋ ୫ଟି ଟେଷ୍ଟରେ ୯ ଏବଂ ୬୧ ଦିନିକିଆରେ ୯୪ ୱିକେଟ ଅକ୍ତିଆର କରିଛନ୍ତି । ଥାମିଲ ୩ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଏହି ଦୁଇଜଣଙ୍କ ଉପରେ ଦୀର୍ଘ ଦିନ ହେବ ପ୍ରତିବନ୍ଧ ଲାଗିଥିଲା ।
୨୦୧୬ରେ ସୋଲାକିଲେ ଉପରେ ୨୦୧୬ରେ ୧୨ ବର୍ଷର ପ୍ରତିବନ୍ଧ ଲଗା ଯାଇଥିଲା । ସେହିପରି ୨୦୧୭ରେ ସୋତ୍ସେବେଙ୍କ ଉପରେ ୮ ବର୍ଷର ପ୍ରତିବନ୍ଧ ଲଗା ଯାଇଥିଲା । ଏହି ଦୁଇଜଣଙ୍କ ବ୍ୟତୀତ ବ୍ୟାଟ୍ସମ୍ୟାନ ଗୁଲାମ ବୋଦୀଙ୍କୁ ଗିରଫ କରାଯାଇଛି । ବୋଦୀ ଏହି ଖେଳାଳିମାନଙ୍କୁ ପ୍ରଲୋଭନ ଦେଖାଇ ମ୍ୟାଚ ଫିକ୍ସିଂରେ ସାମିଲ କରାଇଥିଲା । ତାଙ୍କୁ ପୂର୍ବରୁ ୫ ବର୍ଷ ଜେଲ ଦଣ୍ଡ ମିଳିଥିଲା ।