Latest Odisha News

BREAKING NEWS

ଟେଷ୍ଟରୁ ଅବସର ଘୋଷଣା କଲେ ମାଥ୍ୟୁସ

କଲମ୍ବୋ: ଶ୍ରୀଲଙ୍କାର ଷ୍ଟାର ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ ପୂର୍ବରୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ସମାପ୍ତି ପରେ ସେ ଏହି ଘୋଷଣା କରିଥିଲେ । ସେ ଟି୨୦ ଖେଳିବା ଜାରୀ ରଖିବେ ବୋଲି ସ୍ପଷ୍ଟ କରିଛନ୍ତି । ୨୦୨୬ ଟି୨୦ ବିଶ୍ୱକପ ଜିତିବା ମୋର ସ୍ୱପ୍ନ ବୋଲି ସେ କହିଛନ୍ତି । ବିଶ୍ୱକପ ଜିତି କ୍ୟାରିୟର ଶେଷ କରିବାକୁ ଚାହୁଁଛି । ମୋ ଶରୀର ଏଥିନେଇ କେତେ ସହଯୋଗ କରୁଛି ତାହା ଦେଖିବା କଥା । ୨୦୧୪ ଟି୨୦ ବିଶ୍ୱକପ ଶ୍ରୀଲଙ୍କା ଜିତିଥିଲା । ଫାଇନାଲରେ ଭାରତକୁ ହରାଇବାରେ ମାଥ୍ୟୁସଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ସେ ତାଙ୍କ ପ୍ରଶଂସକଙ୍କ ପାଖରେ ସର୍ବଦା ଋଣୀ ରହିବେ ବୋଲି କହିଛନ୍ତି ।

ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚ ଡ୍ର ରହିଛି । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୪୯୫ ରନ କରିଥିଲା । ଜବାବରେ ଶ୍ରୀଲଙ୍କା ୪୮୫ ରନ ସଂଗ୍ରହ କରିଥିଲା । ମାଥ୍ୟୁସ ୩୯ ରନ କରିଥିଲେ । ବାଂଲାଦେଶ ୬ ୱିକେଟରେ ୨୮୫ ରନ ସଂଗ୍ରହ କରିବା ପରେ ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା । ଶ୍ରୀଲଙ୍କା ୪ ୱିକେଟରେ ୭୨ ରନ କରିଥିବା ବେଳେ ମ୍ୟାଚ ଡ୍ରରେ ଶେଷ ହୋଇଥିଲା । ମାଥ୍ୟୁସ ୧୧୯ ଟେଷ୍ଟରେ ୮୨୧୪ ରନ ସଂଗ୍ରହ କରିଛନ୍ତି । ଏଥିରେ ୧୬ ଶତକ ସାମିଲ ।

Comments are closed.