Latest Odisha News

BREAKING NEWS

ମ୍ୟାଟ୍ରିକ ପରୀକ୍ଷାରେ ଝିଅକୁ ଦେଉଥିଲେ କପି; ପୋଲିସଠାରୁ ଖାଇଲେ ଲାଠି ପାହାର !

ଢେଙ୍କାନାଳ: ଢେଙ୍କାନାଳରେ ଥିବା ଗୋଡ଼ପଳାଶୁଣୀ ବାପୁଜୀ ବିଦ୍ୟାପୀଠରେ ଶନିବାର ଦିନ ମ୍ୟାଟ୍ରିକ୍ ପରୀକ୍ଷା ଚାଲିଥିବା ବେଳେ ଜଣେ ବ୍ୟକ୍ତି କପି ଯୋଗାଇ ପୋଲିସଠାରୁ ଲାଠି ମାଡ଼ ଖାଇ ଆହତ ହୋଇଛନ୍ତି ।

ଏହି ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଜଣକ ଡମ୍ବରୁ ସାହୁ ବୋଲି ଜଣାପଡ଼ିଛି । ସେ ସ୍କୁଲ ହତା ମଧ୍ୟରେ ପଶି ଝିଅକୁ କପି ଯୋଗାଉଥିବାର ଅଭିଯୋଗ ହୋଇଛି । ବାରଣ ସତ୍ୱେ ମ୍ୟାଟ୍ରିକ୍ ପରୀକ୍ଷା ଦେଉଥିବା ଝିଅକୁ କପି ଯୋଗାଇଥିବା ଯୋଗୁଁ ସେଠାରେ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ପୋଲିସ କର୍ମୀଙ୍କ ଠାରୁ ମାଡ଼ ଖାଇଥିଲେ ।

ପରେ ଏହି ବ୍ୟକ୍ତି ଜଣକଙ୍କୁ ପରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଅଭିଯୁକ୍ତ ଡମ୍ବରୁଙ୍କ କହିବା କଥାହେଲା ଯେ, ସେ ସ୍କୁଲ ପାଚେରୀ ଉପରେ ବସିଥିବା ବେଳେ ପୋଲିସ ତାଙ୍କୁ ଅମାନବୀକତା ଭାବେ ମାଡ଼ ମାରିଛି ।

ଅନ୍ୟପକ୍ଷରେ ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି, ପୋଲିସ କର୍ମଚାରୀ ଓ ସେହି ଆହତ ବ୍ୟକ୍ତି ଜଣକ ପାଚେରୀରୁ ଖସି ପଡ଼ିଛନ୍ତି ।

ଏହିପରି ଅନ୍ୟ ଏକ ଘଟଣାରେ ଜିଲ୍ଲାର ବିରିବୁଲେଇ ଜନତା ସରକାରୀ ହାଇସ୍କୁଲରେ ଜଣେ ଅଭିଭାବକ କପି ଯୋଗାଇଦେବାକୁ ସ୍କୁଲ ପାଚେରୀ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ପରୀକ୍ଷା କେନ୍ଦ୍ରରେ ବିଶୃଙ୍ଖଳା ଘଟିବାରୁ ପୋଲିସ ବାଧ୍ୟହୋଇ ଲାଠି ଚାର୍ଜ କରିଥିଲେ ବୋଲି ସୂଚନା ମିଳିଛି ।

Comments are closed.