ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ଯାଏ ଚଳିବ । ଏହା ମାଟ୍ରିକ ଦ୍ଵିତୀୟ ସମ୍ମେଟିଭ ପରୀକ୍ଷା । ଚଳିତ ଥର ୫ ଲକ୍ଷ ୪୧ ହଜାର ୨୪୭ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ । ୩୨୧୮ଟି ସେଣ୍ଟରରେ ମାଟ୍ରିକ ପରୀକ୍ଷା ଦେବେ । ଏଥିପାଇଁ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତ ଶେଷ ହେଇଛି ।
ଏଥର ପରୀକ୍ଷା କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହେବ । ୨୨ ପୋଲିସ ଷ୍ଟେସନକୁ ମିଶାଇ ହୋଇଥିବା ୩୧୬ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଂଚି ସାରିଛି । ପ୍ରଶ୍ନପତ୍ର ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି । ସେଠାରୁ ପ୍ରତି ଦିନ ସକାଳେ ପୋଲିସ ସୁରକ୍ଷା ସହ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପଠାଯିବ । ସକାଳ ୮ ଟା ରୁ ୧୦ ପର୍ଯ୍ୟନ୍ତ ପରୀକ୍ଷା ହେବ ।ସକାଳ ୭ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ଏଣ୍ଟ୍ରି କରିବାକୁ ହେବ । ଯେଉଁ ସେଣ୍ଟରରେ ସମ୍ମିଟିଭ ୧ ପରୀକ୍ଷା ହୋଇଥିଲା, ସେଠାରେ ହିଁ ସମ୍ମେଟିଭ ୨ ପରୀକ୍ଷା ହେବ ।
ପୂର୍ବ ବର୍ଷ ଗୁଡିକରେ ଯେଉଁଠି କପି ଖବର ଆସିଥିଲା, ସେଠାରେ ସେଣ୍ଟର ପରିବର୍ତନ କରାଯାଇଛି । କନ୍ଧମାଳରେ ୭ଟି, କୋରାପୁଟରେ ୫ଟି, ମାଲକାନାଗିରି ରେ ୧୦ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି। ତେବେ ସ୍କୁଲ୍ର ୧୦ କି.ମି. ମଧ୍ୟରେ ସବୁ ସେଣ୍ଟର କରାଯାଇଛି।
ଚଳିତ ଥର କପି ରୋକିବାକୁ ବିଶେଷ ପଦକ୍ଷେପ ନିଆଯାଇଛି ।। ୫୭ ଟି କେନ୍ଦ୍ରୀୟ ସ୍କ୍ୱାର୍ଡ ଚେକିଂ ପାଇଁ ଗଠନ କରାଯାଇଛି । ସ୍କୁଲ ଗୁଡିକରେ ସିସିଟିଭି ବ୍ୟବସ୍ଥା କରାଯାଇଛି । ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀ କେବଳ ଆଡମିଟ କାର୍ଡ, ପେନ୍, ପେନସିଲ୍ ଓ ଜୋମେଟ୍ରିବକ୍ସ ନେବାର ଅନୁମତି ରହିଛି। ପୂର୍ବ ବର୍ଷ ଗୁଡିକରେ ଯେଉଁଠି କପି ଖବର ଆସିଥିଲା, ସେଠାରେ ସେଣ୍ଟର ପରିବର୍ତନ କରାଯାଇଛି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ସେହିଭଳି ମଧ୍ୟମା ପାଇଁ ୨୯୧୪ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୧୦୮ଟି କେନ୍ଦ୍ରରେ ପରୀକ୍ଷା ଦେବାକୁ ବ୍ୟବସ୍ଥା ହୋଇଛି । ଓପନ୍ ସ୍କୁଲ ପରୀକ୍ଷାରେ ୭୧୮୧ ପରୀକ୍ଷାର୍ଥୀ ୧୪୬ଟି ସେଣ୍ଟରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।
Comments are closed.