ଭୁବନେଶ୍ୱର: ବାହାରିଲା ମାଟ୍ରିକ ପରୀକ୍ଷା କାର୍ଯ୍ୟସୂଚୀ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫେବ୍ରୁଆରୀ ୨୦ ତାରିଖରୁ ଆରମ୍ଭ ହେବ । ଏହା ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।
ଫେବ୍ରୁଆରୀ ୨୦ରେ ଓଡ଼ିଆ ପରୀକ୍ଷା ଥିବାେଳେ ୨୩ରେ ଇଂରାଜୀ, ୨୬ରେ ଗଣିତ , ୨୮ରେ ହିନ୍ଦୀ/ସଂସ୍କୃତ ପରୀକ୍ଷା ରହିଛି । ସେହିପରି ମାର୍ଚ୍ଚ ୨ରେ ବିଜ୍ଞାନ, ୪ରେ ସାମାଜିକ ବିଜ୍ଞାନ ପରେ ପରୀକ୍ଷା ଶେଷ ହେବ ବୋଲି କୁହାଯାଇଛି । ଗୋଟିଏ ସିଟିଂରେ ସମସ୍ତ ପରୀକ୍ଷା ହେବ ଏବଂ ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ୍ ଦିଆଯିବ ।
ଚଳିତ ବର୍ଷ ୨୯୯୧ କେନ୍ଦ୍ରରେ ୫ ଲକ୍ଷ ୫୧ ହଜାର ୬୧୧ ପିଲା ପରୀକ୍ଷା ଦେବେ । ମାର୍ଚ୍ଚ ୧୫ରୁ ମାଟ୍ରିକ ଖାତା ଦେଖାହେବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି`
Comments are closed.