Latest Odisha News

BREAKING NEWS

ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ପାଇଁ ହେଲା ତାରିଖ ଘୋଷଣା ।  ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା  ।  ମାର୍ଚ୍ଚ ୧୦ରୁ ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା  । ଆଜି ଏ ନେଇ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି  ବୋର୍ଡ ସଭାପତି । ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ମାର୍ଚ୍ଚ ୧୦ରୁ ଆରମ୍ଭ ହେବ  । ପରୀକ୍ଷା ୧୭ ଯାଏ ଚାଲିବ ବୋଲି ସୂଚନା ମିଳିଛି ।

BjdElectrycity

ସେହିଭଳି ମଧମା ପାଇଁ ୨୯୧୪ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୧୦୮ ଟି କେନ୍ଦ୍ରରେ ପରୀକ୍ଷା ଦେବାରକୁ ବ୍ୟବସ୍ଥା ହୋଇଛି । SOS ରେ ୭୧୮୧ ପରୀକ୍ଷାର୍ଥୀ ୧୪୬ଟି ସେଣ୍ଟରେ ପରୀକ୍ଷା ଦେବେ । ହାଇସ୍କୁଲ ପରୀକ୍ଷା ପାଇଁ ପରୀକ୍ଷାର୍ଥୀ ମାନେ ଆଜିଠାରୁ ବୋର୍ଡ଼ website ରୁ download କରିପାରିବେ ।

ପରୀକ୍ଷା  ସକାଳ ୧୦ ଠାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨  ତାରେ ଶେଷ ହେବ । ପ୍ରଥମ ଦିନ ୯ ଟା ସମୟରେ ଏବଂ ଦ୍ଵତୀୟ ଦିନ ଠାରୁ ୯. ୨୦ରେ ହଲ ଭିତରକୁ ପ୍ରବେଶ କରିବେ ଛାତ୍ରଛାତ୍ରୀ । କେବଳ ଗଣିତ ପରୀକ୍ଷାରେ ଅଧିକ ୧୫ ମିନିଟ ସମୟ ମିଳିବ । ପ୍ରଶ୍ନପତ୍ର ଗୁଡ଼ିକ ନୋଡାଲ ସେଣ୍ଟର ଗୁଡିକରେ ରହିବାକୁ ଥିବା ବେଳେ ପରୀକ୍ଷା ଦିନ ସକାଳୁ ପ୍ରଶ୍ନପତ୍ର ଗୁଡିକ ସେଣ୍ଟରକୁ ଯିବ ବୋଲି କହିଛନ୍ତି ବୋର୍ଡ ସଭାପତି ରାମଶିଷ ହାଜେରା ।

ସେହିପରି ନବମ ଶ୍ରେଣୀ ପରୀକ୍ଷା ପାଇଁ ମଧ୍ୟ ତାରିଖ ଘୋଷଣା ହୋଇଛି । ନବମ ଶ୍ରେଣୀ ପରୀକ୍ଷା ଫେବୃଆରୀ ୨୦ ତାରିଖରୁ ଆରମ୍ଭ ହେବ  । ଏହା ୨୫ ତାରିଖ  ପର୍ଯ୍ୟନ୍ତ ଚାଲିବ ।

ସେହିପରି ଧନ୍ଦାମୂଳକ ଶିକ୍ଷାର ପ୍ରାକ୍ଟିକାଲ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହେବ ।  ରାଜ୍ୟର ୫ଲକ୍ଷ ୩୨ ହଜାର ୭୧୨ ଜଣ ଛାତ୍ରାଛାତ୍ରୀ ମାଟ୍ରିକ୍ ପରୀକ୍ଷାର୍ଥୀ ହାଇସ୍କୁଲ ସାଟିଫିକେଟ ପରୀକ୍ଷା ପାଇଁ ଫର୍ମ ପିଲିଫ କରିଛନ୍ତି । ୩୦୨୯ଟି କେନ୍ଦ୍ରରେ ପରୀକ୍ଷା ହେବ । ମାଓ ଅଧୁଷିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି । କନ୍ଧମାଳରେ ୭ଟି,  କୋରାପୁଟରେ ୫ ଓ ମାଲକାନାଗିରିରେ ୧୦ଟି ନୋଡାଲ କେନ୍ଦ୍ର କରାଯାଇଛି । ତେବେ ସ୍କୁଲର ୧୦ କିମି ଭିତରେ ସବୁ ସେଣ୍ଟର ରଖାଯାଇଛି ।

 

 

Leave A Reply

Your email address will not be published.