Latest Odisha News

BREAKING NEWS

ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ, ପରୀକ୍ଷାର୍ଥୀଙ୍କ ରୋଲ ନମ୍ବର ଦ୍ୱନ୍ଦ୍ୱ ନେଇ ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ । ଉଭୟ ରେଗୁଲାର, ଏକ୍ସ ରେଗୁଲାର ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟର ପରୀକ୍ଷାଫଳ ମଧ୍ୟ ପ୍ରକାଶ ପାଇବ ।

କଟକ ସ୍ଥିତ ବୋର୍ଡ ଅଫିସରେ ୪ଟାରେ ପରୀକ୍ଷାଫଲ ପ୍ରକାଶ ପାଇବ । ସନ୍ଧ୍ୟା ୬ଟା ପରଠୁ ୱେବସାଇଟ୍‌ରେ ଏହା ଉପଲବ୍ଧ ହେବ । ବୋର୍ଡର ୱେବସାଇଟ www.bseodisha.ac.in ଓ www.bseodisha.nic.in ରୁ ରେଜଲ୍ଟ ଜାଣିହେବ । ଯେଉଁମାନଙ୍କ ପାଖରେ ଇମ୍‌ଟରନେଟର ସୁବିଧା ନାହିଁ ସେମାନେ ମୋବାଇଲ ମେସେଜ ମାଧ୍ୟମରେ ମଧ୍ୟ ଫଳ ଜାଣିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ଛାତ୍ରଛାତ୍ରୀ ବୋର୍ଡ ପକ୍ଷରୁ କୌଣସି ରୋଲ ନମ୍ବର ପାଇ ନ ଥିବାରୁ ରେଜଲ୍ଟ କେମିତି ଜାଣିବେ ସେ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ଦ୍ୱନ୍ଦ୍ୱ ଉପୁଜିଥିଲା । ଏ ନେଇ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ଯେଉଁମାନେ ଫର୍ମ ପୂରଣ କରିଥିଲେ ସେମାନଙ୍କର ରୋଲ ନମ୍ବର ସ୍କୁଲକୁ ପଠାସରିଛି । ମାର୍କ ଜାଣିବା ପାଇଁ କୌଣସି ଅସୁବିଧା ହେବ ନାହିଁ ସବୁ ଛାତ୍ରଛାତ୍ରୀଙ୍କୁ ଆଜି ଅପରାହ୍ନ ସୁଦ୍ଧା ସେମାନଙ୍କ ରୋଲ ନମ୍ବର ମିଳିଯିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ।

Leave A Reply

Your email address will not be published.