Latest Odisha News

BREAKING NEWS

ଜୁଲାଇ ୨୨ରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା, ଆଜି ଫର୍ମ ପୂରଣ ଶେଷ ତାରିଖ

କଟକ: ୨୦୨୪ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ଜୁଲାଇ ୨୨ ତାରିଖରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏହି ପରୀକ୍ଷା ଲାଗି ଗତ ୧୦ ତାରିଖରୁ ଫର୍ମ ପୂରଣ ଆରମ୍ଭ ହୋଇଥିଲା। ଆଜି ଫର୍ମ ପୂରଣ ଶେଷ ତାରିଖ ରହିଛି।

ଏଥିଲାଗି ମୋଟ ପରୀକ୍ଷାର୍ଥୀଙ୍କ ସଂଖ୍ୟା ନିର୍ଦ୍ଧିଷ୍ଟ ଭାବେ ଜଣାପଡ଼ିନାହିଁ। ପରୀକ୍ଷାର୍ଥୀଙ୍କ ସଂଖ୍ୟା ଜଣାପଡ଼ିବା ପେ ସେହି ଅନୁସାରେ ସେଣ୍ଟର ଚୟନ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ତେବେ ପରୀକ୍ଷାର ପ୍ରଥମ ଦିନ ଓଡ଼ିଆ ମାତୃଭାଷା ବିଷୟରୁ ଆରମ୍ଭ ହେବ।
ସେହିପରି ୨୪ ତାରିଖରେ ଇଂରାଜୀ, ୨୬ ତାରିଖରେ ସାଧାରଣ ଜ୍ଞାନ, ୨୯ ତାରିଖରେ ଗଣିତ, ୩୦ ତାରିଖରେ ସାମାଜିକ ଜ୍ଞାନ ଓ ୩୧ ତାରିଖରେ ହିନ୍ଦୀ/ସଂସ୍କୃତ ବିଷୟରେ ପରୀକ୍ଷା କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଥାଉକି, ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ରାଜ୍ୟରେ ୫ ଲକ୍ଷ ୫୧ ହଜାର ୫୮୯ ଜଣ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିଲେ। ଏଥିରେ ସମୁଦାୟ ପାସ୍ ହାର ୯୬.୦୭ ପ୍ରତିଶତ ରହିଥିଲା। ୧୦ ହଜାର ପରୀକ୍ଷାର୍ଥୀ ଫେଲ୍ ହୋଇଥିଲେ। ଫେଲ୍ ହୋଇଥିବା ପରୀକ୍ଷାର୍ଥୀଙ୍କୁ ପୁନର୍ବାର ସୁଯୋଗ ଲାଗି ବୋର୍ଡ ପକ୍ଷରୁ ସପ୍ଲିମେଣ୍ଟାରୀ ବ୍ୟବସ୍ଥା ରଖାଯାଇଛି।

Comments are closed.