Latest Odisha News

ଅଲିମ୍ପିକ୍ସରେ ଖେଳିବା ପାଇଁ ଆଙ୍ଗୁଳି କାଟିବାକୁ ପଛେଇ ନ ଥିଲେ ଏହି ହକି ଖେଳାଳି

ପ୍ୟାରିସ: ଆଉ କିଛି ଦିନ ପରେ ଆରମ୍ଭ ହୋଇଯିବ ପ୍ୟାରିସ ଅଲିମ୍ପିକ୍ସ । ବିଶ୍ୱର ଏହି କ୍ରୀଡା ମହାକୁମ୍ଭରେ ଅଂଶଗ୍ରହଣ କରିବା ସମସ୍ତ ଖେଳାଳିଙ୍କ ସ୍ୱପ୍ନ ରହିଥାଏ । ଅଷ୍ଟ୍ରେଲିଆର ହକି ଖେଳାଳି ପ୍ୟାରିସ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ପାଇଁ ନିଜ ଆଙ୍ଗୁଳିକୁ ବଳି ପକାଇବାକୁ ପଛେଇ ନ ଥିଲେ । ଏହି ଖେଳାଳିଙ୍କ ନାମ ହେଲା ମ୍ୟାଟ୍ଟ ଡସନ । ୩୦ ବର୍ଷୀୟ ମ୍ୟାଟ୍ଟଙ୍କ ଆଙ୍ଗୁଳି ଭାଙ୍ଗି ଯାଇଥିଲା । ଯାହା ଫଳରେ ଅଲିମ୍ପିକ୍ସରେ ସେ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ଡାକ୍ତରଙ୍କ ପରାମର୍ଶ ପରେ ସେ ନିଜ ଆଙ୍ଗୁଳିର ଉପର ଅଂଶ କାଟିବାକୁ ରାଜି ହୋଇଥିଲେ । ଟୋକିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ଟିମର ସଦସ୍ୟ ଏବେ ସମ୍ପୂର୍ଣ୍ଣ ଫିଟ ଅଛନ୍ତି ।

ଅଷ୍ଟ୍ରେଲିଆ କିପରି ସ୍ୱର୍ଣ୍ଣ ପଦକ ଜିତିବ ସେଥିପାଇଁ ଆପ୍ରାଣ ଉଦ୍ୟମ କରିବୁ ବୋଲି ସେ କହିଛନ୍ତି । ମ୍ୟାଟ୍ଟ ଚାହିଁଥିଲେ ଆଙ୍ଗୁଳିକୁ ସମ୍ପୂର୍ଣ୍ଣ ଭଲ କରିବା ପାଇଁ ସର୍ଜରୀ କିମ୍ବା ଅନ୍ୟ ଡାକ୍ତରୀ ପଦ୍ଧତିର ସହାୟତା ନେଇ ପାରିଥାନ୍ତେ । ମାତ୍ର ଏହା ଦ୍ୱାରା ସେ ପ୍ୟାରିସ ଅଲିମ୍ପିକ୍ସ ଖେଳି ପାରି ନ ଥାନ୍ତେ । ମ୍ୟାଟ୍ଟ ଏହା ଗ୍ରହଣ ନ କରି କିପରି ଅଲିମ୍ପିକ୍ସ ଖେଳିପାରିବେ ସେ ନେଇ ଉଦ୍ୟମ କରିଥିଲେ । ତାଙ୍କର ଏହି ଉଦ୍ୟମକୁ କ୍ରୀଡା ମହଲରେ ବେଶ ପ୍ରଶଂସା କରାଯାଉଛି । ଟୋକିଓ ଗେମ୍ସର ଫାଇନାଲରେ ବେଲଜିୟମଠାରୁ ହାରିଥିବା ଅଷ୍ଟ୍ରେଲିଆ ୨୦୧୬ ଚାମ୍ପିୟନ ଆର୍ଜେଂଟିନା ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।

Comments are closed.