Latest Odisha News

BREAKING NEWS

ମୌଲାନାଙ୍କ ଅଜବ ଇଚ୍ଛା; ଯୁଦ୍ଧରେ ପାକିସ୍ତାନ ଜିତିଲେ ମାଧୁରୀଙ୍କୁ ନେବୁ

ନୂଆଦିଲ୍ଲୀ: ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା  ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ସମଗ୍ର ବିଶ୍ବରେ ଉତ୍ତେଜନା ବୃଦ୍ଧି ପାଇବା ସହ ସୀମାପାରରେ ମଧ୍ୟ ଉତ୍ତେଜନା ବୃଦ୍ଧି ପାଇଥିଲା।ତେବେ ଏଭଳି ସମୟରେ ଜଣେ ପାକିସ୍ତାନୀ ମୌଲାନା ଭାରତ ଓ ପାକିସ୍ତାନ ଯୁଦ୍ଧକୁ ନେଇ ଦେଇଥିବା ଏକ ଆପତ୍ତିଜନକ ମନ୍ତବ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଭାଇରାଲ୍ ହେବାରେ ଲାଗିଛି।

ଉକ୍ତ ଭିଡିଓରେ ସେ ତାଙ୍କ ପୁଅ ପାଖରେ ବସି କହୁଛନ୍ତି ଯେ ଯଦି ଯୁଦ୍ଧରେ ପାକିସ୍ତାନ ଜିତେ ତାହେଲେ ସେ ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦିକ୍ଷୀତଙ୍କୁ ପାକିସ୍ତାନକୁ ନେଇ ଯିବେ। ଏହି ମନ୍ତବ୍ୟକୁ କଡ଼ା ସମାଲୋଚନା ମଧ୍ୟ କରାଯାଉଛି।

ତେବେ ଏହା ପୂର୍ବରୁ ଶେଷ ଥର ପାଇଁ ୧୯୯୯ ମସିହା ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା ଯାହାକି  କାରଗିଲ ଯୁଦ୍ଧ ଭାବରେ ଜଣାଶୁଣା ଅଟେ। ଜମ୍ମୁ ଓ କାଶ୍ମୀରର କାରଗିଲ ସେକ୍ଟରର ନିୟନ୍ତ୍ରଣ ରେଖା ପାଖରେ ଥିବା ଭାରତୀୟ ସୀମା ନିକଟରେ ପାକିସ୍ତାନୀ ସୈନ୍ୟ ଏବଂ ଆତଙ୍କବାଦୀଙ୍କ ଅବୈଧ ଅନୁପ୍ରବେଶ ଯୋଗୁଁ ଏହି ଯୁଦ୍ଧ ଦୁଇ ମାସରୁ ଅଧିକ ସମୟ ଧରି ଚାଲିଥିଲା।

ଭାରତ ନିଜର ଅଧିକୃତ ଅଞ୍ଚଳ ଗୁଡ଼ିକର ପୁନରୁଦ୍ଧାର ପାଇଁ ଅପରେସନ ବିଜୟ ଆରମ୍ଭ କରିଥିଲା। ଅନୁପ୍ରବେଶକାରୀଙ୍କୁ ସଫଳତାର ସହ ସେଠାରୁ ବିତାଡିତ କରିଥିଲା। ଯାହାର ଫଳସ୍ୱରୁପ ଜୁଲାଇ ୧୯୯୯ରେ ଏହି ଯୁଦ୍ଧ ଶେଷ ହୋଇଥିଲା ଏବଂ ଭାରତ ସଫଳତପୁର୍ବକ ନିଜ ଅଧିକୃତ ଜାଗା ଗୁଡ଼ିକ ଉପରେ ନିଜର ଅଧକାର ପୁନଃ ହାସଲ କରି ପାରିଥିଲା। ସେ ସମୟରେ ଭାରତ ସାମରିକ ଏବଂ କୂଟନୈତିକ ଉଭୟ ଦୃଷ୍ଟିରୁ ବିଜୟୀ ହାସଲ କରି ବିଶ୍ୱ ସ୍ତରରେ ନିଜର ସ୍ଥିତିକୁ ମଜବୁତ କରି ପାରିଥିଲା।

 

Comments are closed.