Latest Odisha News

ସେହ୍ୱାଗଙ୍କ ସହ ଘଟିଥିବା ମତଭେଦର ଖୁଲାସା କଲେ ମ୍ୟାକ୍ସୱେଲ

ମୁମ୍ବାଇ: ଆଇପିଏଲର ପ୍ରତ୍ୟେକ ସିଜନରେ କିଛି ନା କିଛି ବିବାଦ ସମ୍ମୁଖକୁ ଆସିଥାଏ । ଏବେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଗ୍ଲେନ ମ୍ୟାକ୍ସୱେଲ ତାଙ୍କ ଆତ୍ମଜୀବନୀ ୨୦୧୭ରେ ବୀରେନ୍ଦ୍ର ସେହ୍ୱାଗଙ୍କ ସହ ଘଟିଥିବା ବିବାଦର ଖୁଲାସା କରିଛନ୍ତି । ଗ୍ଲେନ ମ୍ୟାକ୍ସୱେଲ ଦି ଶୋ ମ୍ୟାନରେ ସେ ୨୦୧୭ ଆଇପିଏଲର ଏହି ଘଟଣାକୁ ସ୍ଥାନ ଦେଇଛନ୍ତି । ୨୦୧୪ରୁ ମ୍ୟାକ୍ସୱେଲ କିଙ୍ଗସ ଇଲେଭନ ପଞ୍ଜାବର ଅଂଶବିଶେଷ ରହିଥିଲେ । ଭଲ ପ୍ରଦର୍ଶନ ଯୋଗୁ ୨୦୧୭ରେ ତାଙ୍କୁ ଦଳର ଅଧିନାୟକ କରାଯାଇଥିଲା । ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ସେହ୍ୱାଗଙ୍କୁ ଟିମର ଡାଇରେକ୍ଟର ନିଯୁକ୍ତ କରାଯାଇଥିଲା । ପଞ୍ଜାବ ୯ ୱିକେଟରେ ରାଇଜିଂ ପୁଣେ ସୁପର ଜ୍ୟାଂଟସରୁ ହାରି ପ୍ଲେ ଅଫ ଦୌଡରୁ ବାଦ ପଡିଥିଲା ।

ଏହି ଘଟଣା ପରେ ସେହ୍ୱାଗ ରାଗି ଯାଇଥିଲେ । ମ୍ୟାକ୍ସୱେଲ ପ୍ରେସ କନଫେରେନ୍ସ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସେହ୍ୱାଗ ଯିବାକୁ ମନା କରିଥିଲେ । ଟିମ ବସରେ ସେ ବସିଲା ବେଳକୁ ହ୍ୱାଟସଅପ ଗ୍ରୁପରୁ ମଧ୍ୟ ତାଙ୍କୁ ବାହାର କରି ଦିଆଯାଇଥିଲା । ହୋଟେଲରେ ପଂହଚିବା ପରେ ସେ ଶୁଣିବାକୁ ପାଇଲେ ସେହ୍ୱାଗ ପ୍ରେସ କନଫେରେନ୍ସରେ ତାଙ୍କୁ ପରାଜୟ ପାଇଁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି ।

ସମ୍ପର୍କ ତିକ୍ତତା ଆଡକୁ ଯାଉଥିବାରୁ ମ୍ୟାକ୍ସୱେଲ ତାଙ୍କୁ ମେସେଜ କରିଥିଲେ । ତୁମେ ଏକ ବଡ ପ୍ରଶଂସକ ହରେଇଲ ବୋଲି ମ୍ୟାକ୍ସ କହିଥିଲେ । ଏହାର ଜବାବରେ ସେହ୍ୱାଗ ଲେଖିଥିଲେ ତୁମ ପରି ପ୍ରଶଂସକଙ୍କ ଆବଶ୍ୟକତା ନାହିଁ । ଏହା ପରେ ସେହ୍ୱାଗଙ୍କୁ ପରବର୍ତୀ ସଂସ୍କରଣରେ ଟିମରୁ ହଟେଇ ଦିଆ ଯାଇଥିଲା । ମ୍ୟାକ୍ସୱେଲ ଆନ୍ତର୍ଜାତୀୟ ମ୍ୟାଚରେ ଯେଉଁ ଭଳି ପ୍ରଦର୍ଶନ କରିଥାନ୍ତି ଆଇପିଏଲରେ ଗୋଟିଏ କିମ୍ବା ୨ଟି ସିଜନ ଛାଡିଦେଲେ ସେ ଭଳି ପ୍ରଭାବୀ ପ୍ରଦର୍ଶନ କରିପାରି ନ ଥିଲେ ।

Leave A Reply

Your email address will not be published.