Latest Odisha News

ତାଳଚେର ହିଙ୍ଗୁଳା ମନ୍ଦିର ବିକାଶ ପାଇଁ MCL ସିଏସ୍ଆର୍‌ ପାଣ୍ଠିରୁ ୯.୩୨ କୋଟି ମଞ୍ଜୁର

ଅନୁଗୋଳ: ତାଳଚେର ହିଙ୍ଗୁଳା ମନ୍ଦିରର ବିକାଶ ପାଇଁ ୯.୩୨ କୋଟି ମଞ୍ଜୁର । ଏମ୍‌ସିଏଲ୍‌ର ସିଏସ୍ଆର୍ ପାଣ୍ଠିରୁ ମନ୍ଦିରର ବିକାଶ ପାଇଁ ଏହି ଟଙ୍କା ମଞ୍ଜୁର ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ ମନ୍ଦିର ପାଇଁ ଅର୍ଥ ମଞ୍ଜୁର ହୋଇଛି । ଏନେଇ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଗତ ଜାନୁଆରୀ ୧୩ ତାରିଖରେ ହିଙ୍ଗୁଳା ମନ୍ଦିରର ବିକାଶ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ଲେଖି ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଳଚେର ଗୋପାଳପ୍ରସାଦ ସ୍ଥିତ ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ପ୍ରସ୍ତାବ ଅନୁସାରେ ହିଙ୍ଗୁଳା ମନ୍ଦିର ସମ୍ମୁଖରେ ମୁଖଶାଳା ଓ ଯଜ୍ଞଶାଳାର ନିର୍ମାଣ କାର୍ଯ୍ୟ ପାଇଁ ଏମସିଏଲର ସିଏସଆର ପାଣ୍ଠିରୁ ଲୋକଙ୍କ ସୁବିଧା ପାଇଁ ଆର୍ଥିକ ସହାୟତା ଯୋଗାଇବାକୁ ଅନୁରୋଧ କରିଥିଲେ ।

ଏହି ସହାୟତା ଦ୍ୱାରା ଶ୍ରଦ୍ଧାଳୁମାନେ ଉପକୃତ ହେବା ସହ ସ୍ଥାନୀୟ ଅଞ୍ଚଳରେ ପର୍ଯ୍ୟଟନର ସୁବିଧା ମଧ୍ୟ ବଢିବ ବୋଲି ଚିଠିରେ ଉଲ୍ଲେଖ କରିଥିଲେ ଧର୍ମେନ୍ଦ୍ର । ଅର୍ଥ ମଞ୍ଜୁର ପରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ସ୍ଥାନୀୟ ଜନସାଧାରଣଙ୍କ ସୁବିଧା ଏବଂ ପର୍ଯ୍ୟଟନରେ ସୁବିଧା ଯୋଗାଇବା ପାଇଁ ହିଙ୍ଗୁଳା ମନ୍ଦିର ବିକାଶ ପାଇଁ ଆର୍ଥିକ ସହାୟତାକୁ ଅନୁମୋଦନ ଦିଆଯାଇଛି ।

Leave A Reply

Your email address will not be published.