Latest Odisha News

BREAKING NEWS

‘ରିଚ ମିଡିଆ ଆୱାର୍ଡ’ରେ ସମ୍ମାନିତ ହେଲେ ସମାଜସେବୀ ଡ.ମହମ୍ମଦ ଇମ୍ରାନ ଅଲ୍ଲୀ

ଭୁବନେଶ୍ୱର : ‘ରିଚ ମିଡିଆ ଆୱାର୍ଡ’ରେ ସମ୍ମାନିତ ହେଲେ ସମାଜସେବୀ ଡ.ମହମ୍ମଦ ଇମ୍ରାନ ଅଲ୍ଲୀ । ଯକ୍ଷ୍ମା ସମ୍ପର୍କିତ ନ୍ୟୁଜ ଫିଚର୍ସ ଲେଖି ଜାତୀୟ ସ୍ତରରେ ସମ୍ମାନୀତ ହୋଇଛନ୍ତି ଡ. ଅଲ୍ଲୀ । ନିଶା ବିରୋଧରେ ଦେଶ ତଥା ଦେଶ ବାହାରେ ଅଭିଯାନ ଚଳାଇଥିବା ଇମ୍ରାନ ଏଥର ସ୍ୱତନ୍ତ୍ର ଲେଖନୀ ପାଇଁ ଜାତୀୟ ସ୍ତରରେ ପ୍ରଶଂସା ସାଉଁଟିଛନ୍ତି।

ରାଜଧାନୀ ଭୁବନେଶ୍ଵରରେ ଯକ୍ଷ୍ମା ସହ ଲଢୁଥିବା ଯୋଦ୍ଧା ଲକ୍ଷ୍ମଣଙ୍କର କାହାଣୀକୁ ନିଜ ଲେଖନୀ ମାଧ୍ୟମରେ ଜୀବନ୍ତ ରୁପ ଦେଇଥିଲେ ଇମ୍ରାନ।  ଭୁବନେଶ୍ବରର ଏକ ବସ୍ତିରେ ରହୁଥିବା ଲକ୍ଷ୍ମଣ ନିଜେ ବଞ୍ଚିବା ସହ କିଭଳି ୪୦ ଜଣଙ୍କର ଯକ୍ଷ୍ମା ହୋଇଥିବାର ଚିହ୍ନଟ କରିଥିଲେ ଓ ତାଙ୍କୁ ବଞ୍ଚିବାର ମନ୍ତ୍ର ଦେଇଥିଲେ । ଏହି ଘଟଣାକୁ ନ୍ୟୁଜ ଫିଚର୍ସର ରୁପ ଦେଇ ଅଗଣିତ ପାଠକଙ୍କ ପାଖରେ ପହଞ୍ଚାଇଥିଲେ ଇମ୍ରାନ। ଓଡିଶା ସମ୍ବାଦରେ ପ୍ରକାଶ ପାଇଥିଲା ଏହି ସ୍ବତନ୍ତ୍ର ନ୍ୟୁଜ ଫିଚର୍ସ।

ଯକ୍ଷ୍ମା ନିୟନ୍ତ୍ରଣ ପାଇଁ କାମ କରୁଥିବା ସ୍ବେଛାସେବୀ ଅନୁଷ୍ଠାନ ” ରିଚ୍ ” ଯକ୍ଷ୍ମା ସମ୍ପର୍କିତ ଶ୍ରେଷ୍ଠ ଲେଖା ପାଇଁ ପ୍ରତିବର୍ଷ ଶ୍ରେଷ୍ଠ ବ୍ୟକ୍ତିତ୍ବଙ୍କୁ ସମ୍ମାନୀତ କରିଆସୁଛି। ଚଳିତ ବର୍ଷ ଭାରତର ୫ ଜଣ ଏହି ସମ୍ମାନରେ ସମ୍ମାନୀତ ହୋଇଥିବାବେଳେ ଓଡିଶାର ଡ. ମହମ୍ମଦ ଇମ୍ରାନ ଅଲ୍ଲୀଙ୍କୁ  ‘ରିଚ ମିଡିଆ ଆୱାର୍ଡ ୨୦୨୧’ରେ ସମ୍ମାନୀତ କରାଯାଇଛି। “ରିଚ” ପ୍ରଦାନ କରୁଥିବା ଏହି ଆୱାର୍ଡକୁ ୟୁଏସଏଆଇଡି ସହଯୋଗ କରୁଛି।

Leave A Reply

Your email address will not be published.