Latest Odisha News

[ଦେଖନ୍ତୁ ଭିଡିଓ] ନୂଆଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା

ନୂଆପଡ଼ା: ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ଭାବ ଓ ଭାଇଚାରାର ପର୍ବ ନୂଆଖାଇ ପାଇଁ ଲୋକଙ୍କ ମନରେ ଉତ୍ସାହ । ବର୍ଷକର ଏହି ପର୍ବ ପାଇଁ ନୂଆପଡ଼ା ଜିଲ୍ଲା ବାସୀ ପ୍ରସ୍ତୁତି ସାରି ଅପେକ୍ଷା କରିଛନ୍ତି ସେପ୍ଟେମ୍ବର ଏକ ସକାଳକୁ । ନୂଆଖାଇ ପାଇଁ ବଜାରରେ ଭିଡ଼ ଜମୁଛି । ବିଶେଷ କରି ମାଟିର ହାଣ୍ଡି ଓ ଦୀପ କିଣିବାକୁ ଲୋକେ ଭିଡ଼ ଜମାଉଛନ୍ତି । ନୂଆ ହାଣ୍ଡିରେ ନୂଆ ଧାନ ଭାଜି ଚୂଡ଼ା ପ୍ରସ୍ତୁତ ହେବ । ନୂଆ ମାଟି ଦୀପରେ ପିତୃ ପୁରୁଷ ଓ ଘରର ଦେବଦେବୀଙ୍କୁ ପୂଜା କରାଯିବ ।

ଭାବର ପର୍ବ ନୂଆଖାଇ ପାଇଁ ଲୋକଙ୍କ ମନରେ ଉତ୍ସାହ ରହିଛି> ବଜାରରେ ନୂଆ ଧାନ ଓ ଚୂଡ଼ା ପାଇଁ ଗହଳି ହେଉଥିବା ବେଳେ ପତ୍ର ତିଆରି ଖଲି ଓ ଦନାର ପସରା ମେଲାଇଛନ୍ତି ଦୋକାନୀ । ଉତ୍ସାହ ଉଦ୍ଦୀପନାର ସହ ଲୋକେ ନୂଆ ଖାଇବାକୁ ଅପେକ୍ଷା କରିଛନ୍ତି । ନୂଆଖାଇ ପାଇଁ ବାହାରେ ରହୁଥିବା ଲୋକ ଜନ୍ମ ମାଟିକୁ ଫେରିଛନ୍ତି । ଗୁରୁବାର ସକାଳେ ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ନିଜ ନିଜ ଇଷ୍ଟଦେବୀଙ୍କ ଠାରେ ପୂଜାର୍ଚ୍ଚନା କରି ନବାନ୍ନ ଅର୍ପଣ କରି ନବାନ୍ନ ଭକ୍ଷଣ କରିବେ ସମସ୍ତେ ।

ପରମ୍ପରା ଅନୁଯାୟୀ ବଡ଼ ମାନଙ୍କୁ ଛୋଟ ମାନେ ମୁଣ୍ଡିଆ ମାରି ଆଶୀର୍ବାଦ ନେବା ସହ ସମବୟସ୍କ ବ୍ୟକ୍ତି ନିଜ ନିଜ ମଧ୍ୟରେ ଭାବର ଆଦାନପ୍ରଦାନ ହେବେ । ଗତ ଦୁଇ ବର୍ଷ କରୋନା ମହାମାରୀ ପାଇଁ ନୂଆଖାଇ ଟିକେ ଫିକା ପଡ଼ିଥିବା ବେଳେ ଚଳିତ ବର୍ଷ ଉତ୍ସାହର ସହ ପାଳନ ନେଇ ସମସ୍ତେ ଆଶାବାଦୀ ।

Leave A Reply

Your email address will not be published.