Latest Odisha News

BREAKING NEWS

ପିଓକେ ଆମର ଥିଲା, ଅଛି ଏବଂ ରହିବ: ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ପିଓକେ କୁ ନେଇ ଆମର ଆଭିମୁଖ୍ୟ ଦୃଢ ଅଟେ । ସମଗ୍ର ଜାମ୍ମୁ କାଶ୍ମୀର ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ଭାରତର ଏକ ଅବିଚ୍ଛେଦ୍ୟ ଅଂଶ ଏବଂ ଏହା ସର୍ବଦା ରହିବ। ଚୀନ୍ ପାକିସ୍ଥାନ ଉପରେ ଆମର ଅର୍ଥନୈତିକ ବିଷୟରେ ଜାଣନ୍ତି। ଏହା ଆମର କ୍ଷେତ୍ରୀୟ ଅଖଣ୍ଡତା ଏବଂ ସାର୍ବଭୌମତ୍ୱ ବିରୁଦ୍ଧରେ ଅଟେ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧିର ଜୟଶୱାଲ।

ଏହାପୂର୍ବରୁ ମେ ୧୭, ୨୦୨୪ରେ ପିଓକେରେ ହୋଇଥିବା ବିରୋଧ ପରେ ପାକିସ୍ତାନକୁ ଦାୟୀ କରିଥିଲେ ଜୟସୱାଲ । ସେ ଅଭିଯୋଗ କରିଥିଲେ ଯେ ପାକିସ୍ତାନ ବେଆଇନ ଭାବେ ଏହି ଅଞ୍ଚଳ ଦଖଲ କରିଛି। ଜାମ୍ମୁ କାଶ୍ମୀର ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ଭାରତର ଥିଲା, ଅଛି ଏବଂ ରହିବ ବୋଲି କହିଥିଲା ବୈଦେଶିକ ମନ୍ତ୍ରଣାଳୟ । ସେତେବେଳେ ଜୟସୱାଲ କହିଥିଲେ ଯେ, ପାକିସ୍ତାନର ଶୋଷଣ ନୀତି ପିଓକେରେ ରହୁଥିବା ଲୋକଙ୍କୁ ସେମାନଙ୍କର ଅଧିକାର ଏବଂ ସମ୍ବଳରୁ ବଞ୍ଚିତ କରୁଛି।

ସୂଚନାଯୋଗ୍ୟ ଯେ, ପିଓକେରେ ମହଙ୍ଗାମାଡକୁ ନେଇ ହୋଇଥିବା ବିରୋଧକୁ ଦୃଷ୍ଟିରେ ରଖି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ୨୦ ମଇ ୨୦୨୪ ରେ ଏକ ବିବୃତ୍ତି ଦେଇଥିଲେ । ସେ କହିଥିଲେ ଯେ ପିଓକେ ସବୁବେଳେ ଭାରତର ଏକ ଅଂଶ ଭାବରେ ରହିଛି । ପିଓକେରେ ଦେଖାଦେଇଥିବା ବିରୋଧର ଗୋଟିଏ କାରଣ ଏହା ବି ହୋଇପାରେ ଯେ କାଶ୍ମୀର ଉପତ୍ୟକାରେ ହେଉଥିବା ବିକାଶକୁ ଦେଖୁ ସେମାନେ ପଛରେ ରହିଯାଇଛନ୍ତି ବୋଲି ଅନୁଭବ କରୁଥିବେ ।

Comments are closed.