Latest Odisha News

BREAKING NEWS

କରୋନା ମୁକାବିଲା: ତାଲିମ ନେଲେ ୧୭୬୩ ଡାକ୍ତରୀ ଛାତ୍ରଛାତ୍ରୀ ଓ ୨୬୨୪ ମାଷ୍ଟର ଟ୍ରେନର୍‌

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଥିବା କରୋନା ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଡାକ୍ତରୀ ଛାତ୍ରଛାତ୍ରୀ, ଅଧ୍ୟାପକ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଏବଂ ଜିଲ୍ଲା ଓ ବ୍ଲକସ୍ତରୀୟ ମାଷ୍ଟର ଟ୍ରେନର ବା ପ୍ରଶିକ୍ଷକମାନଙ୍କୁ ବ୍ୟାପକ ତାଲିମ ଦିଆଯାଇଛି ।

ଏଥିରେ କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ୮୯୧ ଜଣ ଛାତ୍ରଛାତ୍ରୀ, ବୁର୍ଲା ଭିମସାରର ୩୦୦ଛାତ୍ରଛାତ୍ରୀ, ବ୍ରହ୍ମପୁର ଏମକେସିଜିର ୫୭୨ ଜଣ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କୁ କୋଭିଡ ୧୯ ତାଲିମ ଦିଆଯାଇଛି । ଏଥି ସହିତ ୩୬୦ ଜିଲ୍ଲାସ୍ତରୀୟ ଓ ୨୨୬୪ ବ୍ଲକ୍‌ସ୍ତରୀୟ ମାଷ୍ଟରଟ୍ରେନରଙ୍କୁ କୋଭିଡ ୧୯ ତାଲିମ ଦିଆଯାଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.