Latest Odisha News

BREAKING NEWS

ମେରଠ ହତ୍ଯା ମାମଲା; ଜେଲରେ ନିଶା ପାଇଁ ବିକଳ ମୁସ୍କାନ ଓ ବୟଫ୍ରେଣ୍ଡ ସାହିଲ

ମେରଠ: ସୌରଭ ରାଜପୁତ ହତ୍ୟାକାଣ୍ଡରେ ବର୍ତ୍ତମାନ ଏକ ନୂଆ ଖୁଲାସା ହୋଇଛି। ହତ୍ୟା ଅଭିଯୁକ୍ତ ମୁସ୍କାନ ଏବଂ ତା’ ବୟଫ୍ରେଣ୍ଡ ସାହିଲ ଜେଲ ଭିତରେ ନିଶା ପାଇଁ ଡହଳ ବିକଳ ହେଉଛନ୍ତି।

ଜେଲ୍ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜେଲରେ ଉଭୟ ନିଶା ମାଗୁ ଛନ୍ତି। ଏପରିକି ଦୁହିଁଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଖରାପ ହୋଇଯାଇଥିଲା। ଏହି କାରଣରୁ ଉଭୟଙ୍କୁ କାରାଗାରରେ ଥିବା ନିଶା ନିବାରଣ ସେଣ୍ଟରରେ ରଖାଯାଇଛି। ଏହି ସମୟରେ ଡାକ୍ତରୀ ଟିମ୍ ଉଭୟଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି।

ଉଲ୍ଲେଖଯୋଗ୍ୟ, ମର୍ଚ୍ଚାଣ୍ଟ ନେଭି ଅଫିସର ସ୍ବାମୀ ସୌରଭଙ୍କୁ ମାରିବା ପରେ ତାଙ୍କ ଶରୀରକୁ ୧୫ ଖଣ୍ଡ କରି ଡ୍ରମ୍ ଭିତରେ ରଖି ସେଥିରେ ସିମେଣ୍ଟ ଚଢ଼ାଇ ଦେଇଥିଲା ମୁସ୍କାନ ଓ ତା ପ୍ରେମିକ। ସ୍ବାମୀକୁ ମାରିବା ପରେ ଘରେ ମୁସ୍କାନ ଚୁପଚାପ ବସି ରହିଥିଲା । ଏକ ଭାଇରାଲ ଭିଡିଓରେ ମୁସ୍କାନ ଏବଂ ସାହିଲ ଡିସ୍କୋରେ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ। ଏହାସହିତ ଅନ୍ୟ ଏକ ଭିଡିଓରେ ଦୁହେଁ କେକ୍ କାଟି ପରସ୍ପରକୁ ଖୁଆଇଥିବାର ନଜର ଆସିଥିଲେ।

ମେରଟ ଇନ୍ଦିରାନଗରରେ ସୌରଭ ଓ ତାଙ୍କ ପତ୍ନୀ ମୁସ୍କାନ ଏବଂ ୫ବର୍ଷର ଝିଅ ରହୁଥିଲେ । ୨୦୧୬ରେ ପ୍ରେମ ବିବାହ କରିଥିଲେ। ତେବେ ଜଣେ ପତ୍ନୀ କିଭଳି ନିଜ ସ୍ବାମୀ ପ୍ରତି ଅତି ନିର୍ମମ, ବୀଭତ୍ସ କାଣ୍ଡ ଘଟାଇ ପାରିଲା ତାକୁ ନେଇ ସମସ୍ତେ ଚକିତ ଓ ବିସ୍ମିତ।

ଅପରପକ୍ଷରେ ସିଟି ଏସପି ଆୟୁଷ ବିକ୍ରମ ସିଂହ ସୂଚନା ଦେଇଛନ୍ତି କି ମୁସ୍କାନ ମାରିଥିବା ଛୁରା ମାଡ଼ରେ ହିଁ ସୌରଭର ଜୀବନ ଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି।

Comments are closed.