ଲକ୍ଷ୍ନୌ : ଉତ୍ତରପ୍ରଦେଶ ମିରଟରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ବନ୍ଦ ଘରୁ ୫ଟି ମୃତଦେହ ଉଦ୍ଧାର କରିଛି ପୋଲିସ । ଏମାନଙ୍କ ଭିତରୁ ବକ୍ସ ଖଟ ଭିତରୁ ମିଳିଛି ୩ ଝିଅଙ୍କ ମୃତଦେହ । ଆଉ ଖଟ ପାଖରେ ଦମ୍ପତି ଓ ଖଟ ଭିତରୁ ଝିଅଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ୫ ଜଣଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଛି । ତେଣୁ ୫ ଜଣଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି ।
୫ ମୃତକଙ୍କ ମଧ୍ୟରେ ସ୍ବାମୀ ଓ ସ୍ତ୍ରୀଙ୍କ ସହ ଅଛନ୍ତି ୩ ଝିଅ । ୩ ଶିଶୁକନ୍ୟାଙ୍କ ମଧ୍ୟରୁ ଜଣଙ୍କର ବୟସ ୧ ବର୍ଷ ହୋଇଥିବାବେଳେ ଅନ୍ୟ ଦୁଇ ଜଣଙ୍କ ବୟସ ୪ ବର୍ଷ ଓ ୮ ବର୍ଷ । ଘର ଭିତରେ ୫ ମୃତଦେହ ପଡ଼ି ରହିଥିବାବେଳେ ବାହାରେ ତାଲା ମରା ହୋଇଥିଲା । ମିରଟ ସୋହେଲ ଗାର୍ଡେନ ଅଞ୍ଚଳରେ ଏଭଳି ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଛି । କେଉଁ ପରିସ୍ଥିତିରେ ୫ ଜଣଙ୍କ ମୃତ୍ୟୁ ହେଲା, ସେ ନେଇ ତଦନ୍ତ ଜାରି ରଖିଛି ପୋଲିସ।