Latest Odisha News

ବର୍ଷାପାଇଁ ସ୍ଵତନ୍ତ୍ର ନମାଜ ପାଠ

ନୂଆଦିଲ୍ଲୀ: ପ୍ରବଳ ଗରମରେ ଛଟପଟ ହେଉଛି ଦେଶ । ଆକାଶରୁ ଖସୁଛି ନିଆଁ ଝୁଲ । ଚାତକ ପରି ବର୍ଷାକୁ ଚାହିଁ ବସିଛନ୍ତି ଲୋକେ । ଏହାରିଭିତରେ ଆଜି ବର୍ଷା ପାଇଁ ମୁସଲମାନ ଭାଇଭଉଣୀମାନେ ସ୍ଵତନ୍ତ୍ର ନମାଜ ପାଠ କରିଛନ୍ତି । ମେରଟରେ ନମାଜ-ଏ-ଇସ୍ତିସ୍କା କରାଯାଇଛି । ଏହି ସ୍ଵତନ୍ତ୍ର ନମାଜ ପାଠରେ ମୁସଲମାନ ସମ୍ପ୍ରଦାୟ ବର୍ଷା ପାଇଁ ପ୍ରାର୍ଥନା କରିଥିଲେ । ସେପଟଏ ଏହି ସ୍ଵତନ୍ତ୍ର ନମାଜ ପାଠ ସମୟରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ଦିଲ୍ଲୀ ରୋଡରେ ଥିବା ମେରଟର ଶାହି ଇଦଗାହରେ ନମାଜ-ଏ-ଇସ୍ତିସ୍କା କରାଯାଇଥିଲା। କାରୀ ଶାଫିକୁର ରହମାନ କାସମି ଏହି ନମାଜ ପାଠ କରାଇଥିଲେ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ଆରାମ ମିଳିବା ସହ ବର୍ଷା ହେବାକୁ ସେ ପ୍ରାର୍ଥନା କରିଥିଲେ। ନମାଜ ପାଠ ପୂର୍ବରୁ ସେ ମୁସଲମାନ ଭାଇଭଉଣୀ ମାନଙ୍କୁ ସମ୍ବୋଧନ କରି ସେ କହିଛନ୍ତି ଯେ, ପ୍ରଛଣ୍ଡ ଗ୍ରୀଷ୍ମ ପ୍ରବାହ ଦ୍ଵାରା ପଶୁ, ପକ୍ଷୀ, ଗଛ, ଉଦ୍ଭିଦ, ମଣିଷ ଆଦି ସମସ୍ତେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବର୍ଷା ହେଲେ ଆକାଶରୁ ବର୍ଷୁଥିବା ଏହି ନିଆଁ ବର୍ଷାରୁ ଆମକୁ ଆରାମ ମିଳିବ ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେବ ଦେଶର ପ୍ରାୟ ଅଧିକାଂଶ ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେଉଛି । ପ୍ରବଳ ଖରାରେ ଛଟପଟ ହେଉଛି ଜନ ଜୀବନ । ପରିସ୍ଥିତି ଏପରି ଯେ ଦିନ କୁ ଦିନ ତାପମାତ୍ରା ରେକର୍ଡ ଭାଙ୍ଗୁଛି । ୫୦ ଡିଗ୍ରୀ ଟପୁଛି ଦିନ ତାପମାତ୍ରା । ସେପଟେ ପ୍ରତିଦିନ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।

 

Comments are closed.